fbpx

ଲୋକେ ମାନିଲେନି କରୋନା କଟକଣା ,ରାସ୍ତାରେ ପାଚିରୀ ନିର୍ମାଣ କଲା ପ୍ରଶାସନ

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କରୋନା ପାଇଁ ସାରା ଦେଶରେ ଲକ ଡାଉନ । ଅତି ଜରୁରୀ ନହେଲେ ଘରୁ ଗୋଡ କାଢ଼ିବାକୁ ମନା । କିନ୍ତୁ କିଛି ଲୋକ ଜାଣିଶୁଣି ଲକଡାଉନର ଉଲଂଘନ କରୁଛନ୍ତି । ରାଜ୍ୟ ତଥା ଜିଲ୍ଲା ବର୍ଡର ସିଲ ହୋଇଥିଲେ ବି ଗଳା ବାଟ ଦେଇ ପ୍ରବେଶ କରୁଛନ୍ତି । ଯାହା କରୋନା ସଂକ୍ରମଣ ଆଶଙ୍କାକୁ ବଢ଼ାଇଦେଉଛି । ଏଭଳି ଅବସ୍ଥାରେ ତାମିଲନାଡୁ -ଆନ୍ଧ୍ରପ୍ରଦେଶ ବର୍ଡରରେ ଏକ ଅଭିନବ ପନ୍ଥା ଆପଣା ଯାଇଛି । ବର୍ଡର କେବଳ ସିଲ କରାଯାଇନାହିଁ ବରଂ ବର୍ଡରରେ ୩ ଫୁଟିଆ ପାଚୀରୀ ନିର୍ମାଣ କରାଯାଇଛି । ଯେଉଁଥିରେ ଚାରିଚକିଆ,ଦୁଇଚକିଆ କଣ ସାଇକେଲ ନେବା ବି ମୁସ୍କିଲ । ଖୋଦ ଭେଲୋର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଏହି ନିର୍ମାଣ କାମ କରାଯାଇଛି । ପ୍ରକୃତରେ ଜିଲ୍ଲା ଓ ରାଜ୍ୟ ସୀମାରେ ଜଗିବାକୁ ପୋଲିସ ମୁତୟନ ହେଉଥିଲେ । ହେଲେ ସବୁସମୟରେ ପୋଲିସ ମୁତୟନ ସମ୍ଭବପର ନହେବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.