fbpx

କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଦେବାକୁ ପଡିଥାଏ ଏହି ୫ଟି ଚାର୍ଜ ! ଯାହା ବ୍ୟାଙ୍କ କିମ୍ବା ଏଜେଣ୍ଟମାନେ କଦାପି କୁହନ୍ତି ନାହିଁ

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ବଜାରରେ ବହୁତ ଗୁଡିଏ ବ୍ୟାଙ୍କର ଅନେକ ପ୍ରକାରର କ୍ରେଡିଟ୍ କାର୍ଡ ଉପଲବ୍ଧ । ଅନେକ ଥର ଲୋକଙ୍କୁ ବ୍ୟାଙ୍କରୁ କଲ କରି କୁହାଯାଏ ଯେ ସେମାନଙ୍କୁ ମାଗଣା କ୍ରେଡିଟ କାର୍ଡ ଦିଆଯାଉଛି । ଏହା ଉପରେ ନିର୍ଭର କରି ଅନେକ ଲୋକ ଆବଶ୍ୟକତା ବିନା କ୍ରେଡିଟ୍ କାର୍ଡ ମଧ୍ୟ ନେଇଥା’ନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହିୁଁବୁ ଯେ କୌଣସି କ୍ରେଡିଟ୍ କାର୍ଡ ସଂପୂର୍ଣ୍ଣ ମାଗଣା ନୁହେଁ । ବରଂ ଏହା ଉପରେ ଚାର୍ଜ ଲାଗିଥାଏ । ଯାହା ବିଷୟରେ ବ୍ୟାଙ୍କ କିମ୍ବା ଏଜେଣ୍ଟମାନେ କେବେବି କୁହନ୍ତି ନାହିଁ ।

ଯଦି ଆପଣ ଏକ କ୍ରେଡିଟ୍ କାର୍ଡ ନେବାକୁ ଚିନ୍ତା କରୁଛନ୍ତି, ତେବେ ଏହା ଉପରେ ଆପଣଙ୍କୁ କେଉଁ ଦେୟ ଦେବାକୁ ପଡିବ ତାହା ପ୍ରଥମେ ଜାଣିବା ରଖିବା ଉଚିତ୍ ।

ଜଏନିଂ ଫି ଏବଂ ବାର୍ଷିକ ଚାର୍ଜରେ : କ୍ରେଡିଟ୍ କାର୍ଡ ସୁବିଧା ପ୍ରଦାନ କରୁଥିବା ପ୍ରାୟ ସମସ୍ତ ବ୍ୟାଙ୍କରେ ଆପଣଙ୍କ ଠାରୁ ଜଏନିଂ ଫି ଏବଂ ବାର୍ଷିକ ଚାର୍ଜ ନେଇଥାଏ । ତେବେ ଏଠାରେ ଆମେ କହି ରଖିବୁ ଯେ, ଜଏନିଂ ଫି କେବଳ ଥରେ ଦେବାକୁ ପଡିଥାଏ ଏବଂ ବାର୍ଷିକ ଚାର୍ଜ ପ୍ରତିବର୍ଷ ଦେୟ ଦେବାକୁ ପଡିଥାଏ । ଯଦିଓ କିଛି ବ୍ୟାଙ୍କ ଏହି ଫି ଆଦାୟ କରନ୍ତି ନାହିଁ କିନ୍ତୁ ଗ୍ରାହକଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥାନ୍ତି ଯେ ପ୍ରତିବର୍ଷ ଏଥିପାଇଁ ବାର୍ଷିକ ଚାର୍ଜରେ ରିହାତି ଦିଆଯିବ ।

ଠିକ୍ ସମୟରେ ବିଲ୍ ନ ଦେଲେ ଜୋରିମାନା
ଯଦି କ୍ରେଡିଟ୍ କାର୍ଡ ନେବା ପରେ ଯଦି ଆପଣ ଏହାର ବିଲ୍ ଠିକ୍ ସମୟରେ ପୈଠ ନ କରନ୍ତି, ତେବେ ଏଥପାଇଁ ଜୋରିମାନା ଦେବାକୁ ପଡେ । ଏଥିସହ ବକେୟା ରାଶି ଉପରେ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । କ୍ରେଡିଟ କାର୍ଡର ବକେୟା ରାଶି ଉପରେ ସୁଧ ସର୍ବାଧିକ । ଏହାର ହାର ବେଳେବେଳେ ୪୦ ରୁ ୪୨ ପ୍ରତିଶତ ପର୍ୟ୍ୟନ୍ତ ହୋଇପାରେ । ଯଦିଓ ବିଲ୍ ଦେୟ ଧାର୍ୟ୍ୟ ତାରିଖ ପୂର୍ବରୁ ସର୍ବନିମ୍ନ ରାଶି ଜମା କରି ଆପଣ ଦଣ୍ଡରୁ ରକ୍ଷା ପାଇପାରିବେ, କିନ୍ତୁ ଅନେକ ବ୍ୟାଙ୍କ ବକେୟା ରାଶି ଉପରେ ସୁଧ ଆଦାୟ କରନ୍ତି ।

ପେଟ୍ରୋଲ ପମ୍ପରେ ବ୍ୟବହୃତ ହେଲେ ସରଚାର୍ଜ ଲାଗୁ ହୁଏ
ଅଧିକାଂଶ ଲୋକ ଜାଣି ନାହାଁନ୍ତି ଯେ ସମସ୍ତ ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ ପେଟ୍ରୋଲ ଏବଂ ଡିଜେଲ ଭରିବା ପାଇଁ ସରଚାର୍ଜ ଆଦାୟ କରନ୍ତି। କିନ୍ତୁ କିଛି ବ୍ୟାଙ୍କ ଫେରସ୍ତ କିମ୍ବା କ୍ୟାସବ୍ୟାକ୍ ଆକାରରେ ଏହି ଚାର୍ଜ ଫେରାଇ ଥାଆନ୍ତି । ଏହାକୁ ସର୍ବଦା ଧ୍ୟାନରେ ରଖିବା ଉଚିତ୍ ଯେ ଫେରସ୍ତ ପାଇଁ ମଧ୍ୟ ଏକ ସୀମା ରହିଛି । ଯଦି କେହି ତା’ଠାରୁ ଅଧିକ ତେଲ ପାଇଁ ଦେୟ ଦିଅନ୍ତି, ତେବେ ସେ ଚାର୍ଜ ଫେରସ୍ତ ପାଇବେ ନାହିଁ ।

ନଗଦ ପ୍ରତ୍ୟାହାର ଚାର୍ଜ
ଅନ୍ଲାଇନ୍ ଏବଂ ଅଫଲାଇନ୍ ସପିଂ ପାଇଁ ସ୍ୱିପ୍ କରିବା ପାଇଁ କ୍ରେଡିଟ୍ କାର୍ଡ ବୈଧ ଅଟେ । ଆବଶ୍ୟକ ହେଲେ ଆପଣ ଏଥିରୁ ନଗଦ ରାଶି ମଧ୍ୟ ପ୍ରତ୍ୟାହାର କରିପାରିବେ, କିନ୍ତୁ ବ୍ୟାଙ୍କ ଏହା ଉପରେ ଏକ ଚାର୍ଜ ଆଦାୟ କରେ । ଯେତେବେଳେ ଆପଣ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରନ୍ତି ଅଧିକାଂଶ ବ୍ୟାଙ୍କ ଏବଂ ଏଜେଣ୍ଟ ଆପଣଙ୍କୁ ଏହି ଚାର୍ଜ ବିଷୟରେ କଦାପି କୁହନ୍ତି ନାହିଁ ।

Get real time updates directly on you device, subscribe now.