fbpx
BJD SKY
BJD SKY

ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଘର ବାରଣ୍ଡାରେ ଗୋରୁ ମୁଣ୍ଡ, ଆତଙ୍କିତ ପରିବାର ଲୋକ, ଥାନାରେ ମାମଲା

BJD

ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଘର ସମ୍ମୁଖରେ ଗୋରୁ ମୁଣ୍ଡ  । ଖାଲି ସେତିକି ନୁହେଁ ସେହି ଗୋରୁ ମୁଣ୍ଡରେ ଫୁଲ, ସିନ୍ଦୁର ଅରୁଆ ଚାଉଳ ଦିଆଯାଇ ପୂଜା କରାଯାଇ ରଖାଯାଇଛି  । ଆଉ ଏହାକୁ ଦେଖି ଭୟଭୀତ ହୋଇଯାଇଛନ୍ତି ୱାର୍ଡ ମେମ୍ବରଙ୍କ ପରିବାର ଲୋକ ଏବଂ ସନ୍ଦେହ କରୁଛନ୍ତି କେହି କରିଛି ତନ୍ତ୍ରମନ୍ତ୍ର । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି  ।

ଏପରି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ବ୍ଲକ ଆରୁହା ପଂଚାୟତରେ । ପଂଚାୟତରେ ୩ ନମ୍ବର ୱାର୍ଡର ୱାର୍ଡ ମେମ୍ବର ପ୍ରାର୍ଥୀ ଅମୀୟ ରଞ୍ଜନ ପାଣିଗ୍ରାହୀଙ୍କ ଘର ଆଗରେ ଏକ ଗୋରୁ ମୁଣ୍ଡ ରଖାଯାଇ ଫୁଲ ସିନ୍ଦୁର ଦେଇ ପୂଜା କରାଯାଇଛି  । ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଛି  । ବ୍ରାହ୍ମଣ ସମାଜ ପକ୍ଷରୁ ଏହାକୁ ଘୋର ନିନ୍ଦା କରାଯାଇଛି  । ଗତ କାଲି ରାତି ୨ ଟା ସମୟରେ ଏହାକୁ ଦେଖିବାକୁ ପାଇଥିଲେ  ଅମୀୟ  । ବିରୋଧୀ ଦଳର ଲୋକମାନେ ନିର୍ବାଚନ ହାରିଯିବା ଭୟରେ ଏପରି କରିଥିବା କଥା ଅମୀୟ କହିଛନ୍ତି  । ଏ ନେଇ ସେ ଆଜି ଥାନାରେ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.