fbpx

ୱର୍ଣ୍ଣଙ୍କ ସ୍ୱପ୍ନରେ ଆସିଥିଲେ ସଚିନ, ଶାରଜାରେ ହୋଇଥିଲା ଚଉକା, ଛକା ବର୍ଷା

ନୂଆଦିଲ୍ଲୀ: ମାତ୍ର ୫୨ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଅଷ୍ଟ୍ରେଲିଆର ମହାନ୍ ସ୍ପିନ୍ ଯାଦୁଗର ଶେନ ୱର୍ଣ୍ଣ । ତାଙ୍କର ସ୍ଥାନ ଆଜି ବି ଅପୂରଣୀୟ ହୋଇ ରହିଛି ଓ ଆଗକୁ ରହିବ ମଧ୍ୟ । ତେବେ ୱର୍ଣ୍ଣଙ୍କ ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଅନେକ ସ୍ମୃତି ରହିଛି । ନିଜର ବୋଲିଂରେ ବିଶ୍ୱର ଅନେକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ୱର୍ଣ୍ଣ ନିଜେ ହଜିଯାଇଥିଲେ ସଚିନଙ୍କ ସ୍ୱପ୍ନରେ । ଗତ ୧୯୯୮ ମସିହାରେ ଶାରଜାଠାରେ ଅନୁଷ୍ଠିତ କୋକାକୋଲା କପରେ ସଚିନ ୱର୍ଣ୍ଣଙ୍କୁ ଏପରି ପ୍ରହାର କରିଥିଲେ ଯେ ସଚିନ ୱର୍ଣ୍ଣଙ୍କ ସ୍ୱପ୍ନରେ ଆସିଯାଇଥିଲେ । ଏନେଇ ଖୋଦ୍ ୱର୍ଣ୍ଣ ମଧ୍ୟ ସ୍ୱୀକାର କରିଥିଲେ ।

ଆଜି ୱର୍ଣ୍ଣ ଆମ ଗହଣରେ ନାହାନ୍ତି, ତେଣୁ ଅତୀତର କିଛି ସ୍ମୃତିକୁ ଫ୍ୟାନ୍ସ ଝୁରୁଛନ୍ତି । କୋକାକୋଲା କପରେ ଅଷ୍ଟ୍ରେଲିଆ ଭାରତକୁ ୪୬ ଓଭରରେ ୨୭୬ ରନର ଟାର୍ଗେଟ ଦେଇଥିଲା । ସୌରଭ ଗାଙ୍ଗୁଲିଙ୍କ ସହ ସଚିନ ଓପନିଂ କରିବାକୁ ଆସିଥିଲେ । ସଚିନ ୱର୍ଣ୍ଣଙ୍କ ସହିତ କ୍ୟାସ୍ପ୍ରୋୱିଚ, ଷ୍ଟିଭ ୱ, ଟମ ମୁଡ଼ି ସମସ୍ତଙ୍କୁ ନିର୍ଧୂମ୍ ପ୍ରହାର କରିଥିଲେ । ଭାରତ ଉକ୍ତ ମ୍ୟାଚରେ ପରାଜୟ ବରଣ କରିଥିଲେ ହେଁ ରନ ରେଟ୍ ପାଇଁ ଫାଇନାଲରେ ପହଞ୍ଚି ପାରିଥିଲା ।

୨୪ ଏପ୍ରିଲରେ ସଚିନ ନିଜର ୨୫ତମ ଜନ୍ମଦିନରେ ୧୩୪ ରନର ପାଳି ଖେଳି ଭାରତକୁ ଟ୍ରଫି ଭେଟି ଦେଇଥିଲେ । ଉକ୍ତ ଇନିଂସ ପରେ ସଚିନ ସ୍ୱପ୍ନରେ ୱର୍ଣ୍ଣଙ୍କୁ ଛକା ମାରି ଡରାଉଥିବା ୱର୍ଣ୍ଣ କହିଥିଲେ । ନିଜର ୧୫ ବର୍ଷର କ୍ୟାରିୟର ମଧ୍ୟରେ ୱର୍ଣ୍ଣ ଅନେକ ବିଶ୍ୱ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ସେ ୧୪୫ଟି ଟେଷ୍ଟ ଖେଳି ୭୦୮ଟି ୱିକେଟ ହାସଲ କରିଥିଲେ । ସେ ଗୋଟିଏ ପାଳିରେ ୫ଟି ଲେଖାଏଁ ୱିକେଟ ୩୭ ଥର ନେଇଛନ୍ତି । ସେହିପରି ୧୦ ଥର ୧୦ଟିରୁ ଅଧିକ ୱିକେଟ ମଧ୍ୟ ହାସଲ କରିଛନ୍ତି । ଏଥିସହ ସେ ୧୯୪ଟି ଏକଦିବସୀୟରେ ୨୯୩ଟି ୱିକେଟ ମଧ୍ୟ ହାସଲ କରିଛନ୍ତି ।

Get real time updates directly on you device, subscribe now.