fbpx
BSKY SKY
BSKY SKY

Video: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ପ୍ରବଳ ବର୍ଷା, ଚେୟାରକୁ ଛତା କରିଦେଲେ ଲୋକେ

BSKY

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବା ‘ଯୁବ ବିଜୟ ସଂକଳ୍ପ ଯାତ୍ରା’ରେ ଯୋଗ ଦେବା ଲାଗି ଲୋକଙ୍କ ପ୍ରବଳ ଜନସମାଗମ ଲାଗିଥିବା ବେଳେ ବର୍ଷା ସବୁ ଖେଳ ବିଗାଡ଼ି ଦେଇଛି। ବର୍ଷା ଏତେ ମାତ୍ରାରେ ହୋଇଥିଲା ଯେ, ଲୋକେ ସେଠାରେ ଥିବା ଚେୟାର୍‌କୁ ଛତା ଭାବରେ ବ୍ୟବହାର କରିଥିଲେ। ଏହି ରାଲି ପାଇାଁର ହଜାର ଲୋକେ ଏକତ୍ରିତ ହୋଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଥିଲା। ଢୋଲ ବାଜା ସହିତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିଲା।

ଗଣମାଧ୍ୟମ ସରବରାହ ସଂସ୍ଥା ଏଏନ୍‌ଆଇ ପୋଷ୍ଟ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶହଶହ ଲୋକେ ସ୍ଥାନୀୟ ପାରମ୍ପାରିକ ପୋଷାକରେ ମଧ୍ୟ ପ୍ରସ୍ତୁତ ଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ଲୋକମାନଙ୍କ ସହ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକକୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଆୟୋଜିତ କରିଛି।

Get real time updates directly on you device, subscribe now.