fbpx

ଜସପ୍ରୀତ୍ ବୁମ୍ରାଙ୍କୁ ସରପ୍ରାଇଜ୍ କଲେ ଶାହିନ ଆଫ୍ରିଦି: କହିଲେ-କୁନି ଶେହଜାଦାଙ୍କ ପାଇଁ ଏହି ଉପହାର, ସମସ୍ତ କ୍ରିକେଟ୍ ଜଗତ କରୁଛି ପ୍ରଶଂସା

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଖେଳାଯାଉଥିବା ଏସିଆ କପ୍‌ରେ ବର୍ଷା ଲଗାତାର ବାଧକ ସାଜୁଛି । ସମ୍ପୁର୍ଣ୍ଣ ଟୁର୍ଣ୍ଣାାମେଣ୍ଟରେ ଶ୍ରୀଲଙ୍କା ରାଜଧାନୀରେ ବର୍ଷା ପୁର୍ବାନୁମାନ କରାଯାଇଛି । ଲଗାତାର ବର୍ଷା ହେତୁ ରବିବାର ଅନୁଷ୍ଠିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ସୁପର ଫୋର୍ ମ୍ୟାଚ୍ ରିଜର୍ଭ ଦିନକୁ ସ୍ଥଗିତ ରଖିବାକୁ ପଡିଥିଲା ।

ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଶାହା ଆଫ୍ରିଦି ଏବଂ ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଏକ ବାକ୍ସରେ କିଛୀ ଉପହାର ଦେଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଆଫ୍ରିଦି ଜସପ୍ରୀତ ବୁମ୍ରାଙ୍କୁ ପିତା ହେବାର ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହି ସମୟରେ ସେମାନଙ୍କ ମଧ୍ୟରେ ଏକ ଛୋଟ ବାର୍ତ୍ତାଳାପ ମଧ୍ୟ ଦେଖିବାକୁ ମିଳୁଛି ।

ଏଠାରେ ପ୍ରେମାଡାସା ଷ୍ଟାଡିୟମରେ ବର୍ଷା ହେତୁ ଖେଳ ବନ୍ଦ ହେବା ବେଳକୁ ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ୍ ପାଇଁ ୧୪୭ ରନ୍ ସଂଗ୍ରହ କରିଛି । ସୋମବାର ଅପରାହ୍ନ ୩ ଟାରୁ ମ୍ୟାଚ୍ ପୁଣି ଆରମ୍ଭ ହେବ । ଏହାର ଅର୍ଥ ହେଉଛି ଗତକାଲି ଖେଳିବା ପରେ ଭାରତୀୟ ଦଳକୁ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସୁପର ଫୋରର ପରବର୍ତ୍ତୀ ମ୍ୟାଚ୍‌ରେ ଶ୍ରୀଲଙ୍କା ଖେଳିବାକୁ ପଡ଼ିବ ।
ବର୍ତ୍ତମାନ ବିରାଟ କୋହଲି(୮) ଏବଂ କେ.ଏଲ୍ ରାହୁଲ ୧୭ ରନ୍ ସ୍କୋର୍ କରି ଅପରାଜିତ ରହିଛନ୍ତି । ଏହା ପୁର୍ବରୁ ଓପନର ରୋହିତ ଶର୍ମା (୫୬) ଏବଂ ଶୁଭମନ ଗିଲ୍ (୫୮) ରନ୍ ସ୍କୋର୍ କରି ଆଉଟ୍ ହୋଇଥିଲେ । ଏହା ପୁର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା ।

Get real time updates directly on you device, subscribe now.