fbpx

ଚମତ୍କାର ! ବିଜୁଳି ଖୁଣ୍ଟରୁ ବାହାରୁଛି ପାଣି

ବିଜୁଜି ଖୁଣ୍ଟରୁ ବାହାରୁଛି ପାଣି । ଏଭଳି ଏକ ଅଦ୍ଭୁଦ ଦୃଶ୍ୟ ଉତ୍ତରପ୍ରଦେଶର ଅଲିଗଡରେ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଛି କି ଗୋଟିଏ ଖୁଣ୍ଟରୁ ଏକା ସାଙ୍ଗରେ ବିଜୁଳି ସମେତ ପାଣି ବାହାରୁଛି । ସ୍ଥାନୀୟ ଅଞ୍ଚଳର ଲୋକେ ଏହାକୁ ଚମତ୍କାର ମଧ୍ୟ କହିଛନ୍ତି । ୩୩୦୦୦ ୱାଟ ବିଜୁଳି ଖୁଣ୍ଟରୁ ବିଜୁଳି ସହ ପାଣି ବାହାରିଛୁ, ଯାହାକି ଅଲିଗଡର ଚମତ୍କାର ବୋଲି କହି ଲୋକମାନେ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ଅନ୍ୟପଟେ ଏକାସାଙ୍ଗରେ ଖୁଣ୍ଟରୁ କିପରି ବିଜୁଳି ଓ ପାଣି ବାହାରୁଛି ବୋଲି ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏନେଇ ପ୍ରଶାସନ ନିକଟକୁ ଖବର ଗଲା ପରେ ନଗର ନିଗମ ଓ ବିଜୁଳି ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା । ସେମାନେ ଅନୁମାନ କରୁଛନ୍ତି କି, ବିଜୁଳି ଖୁଣ୍ଟର ତଳୁ ପୁରୁଣା ପାଣି ପାଇପ୍ ଲିକ୍ ହୋଇଛି । ଯାହା ଫଳରେ ବିଜୁଳି ଖୁଣ୍ଟରୁ ପାଣି ବାହାରୁଛି । ଏନେଇ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.