fbpx

‘ଆମେ ଦୀପାବଳି ପାଳନ କରିନୁ, ବାପା ଆସିଲେ ହେବ…’ ବାପ-ପୁଅଙ୍କ ଖୁସି ଛଡ଼ାଇନେଲା ଉତ୍ତରକାଶୀ ଟନେଲ

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ୧୩ ଦିନରୁ ୪୧ ଜଣ ଶ୍ରମିକ ଏହି ଟନେଲ ଭିତରେ ଫସିଥିବା ବେଳେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାରବର୍ଗ । ଉଦ୍ଧାରକାରୀ ଦଳ ଲଗାତାର ଚେଷ୍ଟା ଜାରି ରଖିଥିବା ବେଳେ ବାରମ୍ବାର ଅଧାରୁ ଅଟକି ରହୁଛି ସୁଡ଼ଙ୍ଗ ଖନନ କାର୍ଯ୍ୟ । ଯନ୍ତ୍ରପାତି ତଥା ଅନ୍ୟାନ୍ୟ ସମସ୍ୟାକୁ ସାମ୍ନା କରି ମଧ୍ୟ ଉଦ୍ୟମ ଜାରି ରଖିଥିବା ବେଳେ ଖୁବଶୀଘ୍ର ସେମାନେ ବାହାରକୁ ଆସିପାରିବେ । ତେବେ ଏହା ଭିତରେ ଟନେଲରେ ଥିବା ଜଣେ ଶ୍ରମିକଙ୍କ ପୁଅ । ଦୀପାବଳି ପାଳନକୁ ନେଇ କହିଛନ୍ତି ଏହି ଶ୍ରମିକଙ୍କ ପୁଅ ।

୮ଟି ରାଜ୍ୟରୁ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ୬ ଜଣ ଶ୍ରମିକ । ୧୩ ଦିନରୁ ପରିବାର ଲୋକେ ସେମାନଙ୍କୁ ଟନେଲ ଭିତରୁ ଉଦ୍ଦାର ହୋଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ଉଦ୍ଧାରକାରୀ ଦଳର ପ୍ରଚେଷ୍ଟା ଏବଂ ଏପର୍ଯ୍ୟନ୍ତ ମିଳିଥିବା ସଫଳତାକୁ ଦେଖି ଆଶା ପ୍ରକଟ ହୋଇଛି । କିନ୍ତୁ ଜଣେ ଶ୍ରମିକଙ୍କ ପୁଅ ତାଙ୍କ ଫେରିବା ଆଶାରେ ଯାହା କହିଛନ୍ତି, ତାହା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି । ସେ କହିଛନ୍ତି ଯେ, ଆମେ ଚଳିତବର୍ଷ ଦୀପାବଳି ପାଳନ କରିପାରି ନାହୁଁ । ଦୀପାବଳି ଭଳି ଦିନରେ ବାପା ଟନେଲ ଭିତରେ ଫସି ଯାଇଥିଲେ, ତେଣୁ ଏ ବର୍ଷ ଘରେ ଦିୱାଲୀ ପାଳନ ହୋଇନାହିଁ । କିନ୍ତୁ ବାପା ଯେଉଁଦିନ ଟନେଲ ଭିତରୁ ଘରକୁ ଫେରିବେ, ସେଦିନ ଆମ ଘରେ ଦୀପାବଳି ପାଳନ ହେବ । ସେହି ସମୟ ହିଁ ଆମ ପାଇଁ ପ୍ରକୃତ ଦୀପାବଳିର ମୁହୂର୍ତ୍ତ ହେବ ବୋଲି କହିଛନ୍ତି ଶ୍ରମିକଙ୍କ ପୁଅ ।

ମଣ୍ଡି ଜିଲ୍ଲାର ବିଶାଳ ମଧ୍ୟ ଏହି ଟନେଲ ଭିତରେ ଫସି ରହିଛନ୍ତି । ତେବେ ଟନେଲ ଭିତରେ ବିଶାଳ କେମିତି ଅଛନ୍ତି, ସେ ଚିନ୍ତାରେ ଘାରି ହେଉଛନ୍ତି ପରିବାର ଲୋକେ । କେବେ ବିଶାଳ ଉଦ୍ଧାର ହୋଇ ଘରକୁ ପେରିବେ ବୋଲି ଚାହିଁ ବସିଛନ୍ତି ତାଙ୍କ ପିତାମାତା । ତେବେ ଏହି ଟନେଲ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ରାତି ଦିନ ଚେଷ୍ୟା ଜାରି ରହିଛି । ସେମାନଙ୍କ ଉଦ୍ଧାର ପାଇଁ ପରିବାର ଲୋକଙ୍କ ବ୍ୟତୀତ ବିଭିନ୍ନ ସ୍ଥାନରେ ଅନେକ ଦେଶବାସୀ ମଧ୍ୟ ପ୍ରାର୍ଥନା କରୁଛନ୍ତି । ତେବେ ରେସ୍କ୍ୟୁ ଟିମର ପ୍ରଚେଷ୍ଟା ଏବଂ ସଫଳତାକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ, ଖୁବଶୀଘ୍ର ଶ୍ରମିକମାନେ ସୁରକ୍ଷିତ ଭାବରେ ବାହାରକୁ ଆସିପାରନ୍ତି ।

Get real time updates directly on you device, subscribe now.