fbpx

ବ୍ରିଟେନ୍ ସଂସଦରେ ଉଠିଲା BBC ଅଫିସରେ ଆୟକର ସର୍ଭେ ପ୍ରସଙ୍ଗ, ବ୍ରିଟେନ୍ ସରକାର କହିଲେ BBC ସହିତ ଛିଡ଼ା ହୋଇଛୁ

Advertisement

ନୁଆଦିଲ୍ଲୀ: କିଛି ଦିନ ପୁର୍ବରୁ ବିବିସି ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଆୟକର ବିଭାଗର ଟିମ୍ ସର୍ଭେ ପାଇଁ ପହଞ୍ଚିଥିଲେ । ଏବେ ଏହି ମାମଲା ବ୍ରିଟେନ୍‌ର ସଂସଦରେ ଉଠିଛି । ଏହି ଘଟଣା ଉପରେ ବ୍ରିଟେନ୍ ସରକାର ଏବଂ ବିରୋଧୀ ବିବିସି ସପକ୍ଷରେ ବାହାରିବା ସହିତ ଆୟକର ବିଭାଗର ସର୍ଭେକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ସର୍ଭେକୁ ନେଇ ବିରୋଧି ପ୍ରଶ୍ନର ଉତ୍ତରରେ ବ୍ରିଟେନ୍ ସରକାର ବିବିସି ସହ ଛିଡ଼ ହୋଇଥିବା କହିଥିଲେ ।

ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଜବାବ ଦେଇ ବୈଦେଶିକ ସଚିବ ଡେଭିଡ୍ ଋଟଲୀ କହିଥିଲେ, ଆମେ ବିବିସି ସହିତ ଛିଡ଼ା ହୋଇଛୁ । ଆମ ସରକାର ବିବିସିକୁ ଫଣ୍ଡି କରନ୍ତି । ବିବିସି ବିଶ୍ୱ ସେବା ଆମର ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ ବୋଲି ଆମେ ବିଚାର କରୁଛୁ । ତେଣୁ ଆମେ ଚାହୁଂଛୁ ଯେ କିପରୁି ବିବିସିର ସ୍ୱତନ୍ତ୍ରତା ରହିବ । ବିବିସି ବ୍ରିଟେନ୍ ସରକାର ଏବଂ ଏହାର ବିରୋଧିଙ୍କର ମଧ୍ୟ ଆଲୋଚନା କରନ୍ତି । ତେଣୁ ଆମ ପାଇଁ ସ୍ୱତନ୍ତ୍ରତା ନିହାତି ଗୁରୁତ୍ୱପୁର୍ଣ୍ଣ ।

ତେବେ କଂଜରଭେଟିବ ସାଂସଦ ଜୁଲିଆନ୍ ଲୁଇସ୍ ଏବଂ ଶ୍ରମ ସାଂସଦ ଫାବିଆନ୍ ହାମିଲଟନ୍ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ ଅଟେ। ହାମିଲଟନ୍ କହିଛନ୍ତି ଯେ ଏକ ଗଣତନ୍ତ୍ରରେ ଗଣମାଧ୍ୟମର ରାଜନୈତିକ ନେତାମାନଙ୍କୁ ସମାଲୋଚନା କରିବାର କ୍ଷମତା ରହିବା ଉଚିତ୍ ଯାହା ପରିଣାମକୁ ଭୟ ନକରି। ଏହି ପରିସ୍ଥିତିରେ ଏହା ସ୍ପଷ୍ଟ ଭାବରେ ପ୍ରଯୁଜ୍ୟ। ଅନ୍ୟପକ୍ଷରେ ଜିମ୍ ଶାନନ୍ କହିଛନ୍ତି, ‘ସ୍ପଷ୍ଟ ଭାବେ କହିବାକୁ ଗଲେ, ଦେଶର ନେତାଙ୍କ ବିଷୟରେ ଏକ ଡକ୍ୟୁମେଣ୍ଟାରୀ ପରେ ଏହା ସେମାନଙ୍କ ଦ୍ୱାରା ଏକ ସୁଚିନ୍ତିତ ଧମକପୂର୍ଣ୍ଣ କାର୍ଯ୍ୟ ଥିଲା।

ତେବେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସ ପକ୍ଷରୁ ଏକ ଡକ୍ୟୁମେଣ୍ଟାରୀ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କେବଳ ଭାରତରେ ନୁହେଁ ବ୍ରିଟେନ୍‌ରେ ମଧ୍ୟ ଏହାକୁ ଜୋରଦାର ବିରୋଧ ହୋଇଥିଲା। ଭାରତ ବିବିସି ଡକ୍ୟୁମେଣ୍ଟାରୀକୁ ଏହାର ଅପପ୍ରଚାରର ଏକ ଅଂଶ ବୋଲି କହିଥିଲା। ଏହାରି ମଧ୍ୟରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଶି ସୁନକ ଏହା ସହିତ ଅସହମତି ପ୍ରକାଶ କରିଥିଲେ। ବ୍ରିଟେନ୍ ବୈଦଶିକ ସଚିବ ଏହା ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମଜବୁତ୍ ସମ୍ପର୍କ ରହିଛି। ତେବେ ବ୍ରିଟେନ୍ ସରକାର ଏହି ଘଟଣାକ୍ରମ ଉପରେ ନଜର ରଖିଛନ୍ତି ।

Get real time updates directly on you device, subscribe now.