fbpx
BSKY
BJD MC SKY
BJD MS SKY

ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ବର୍ତ୍ତମାନ ରାଜ୍ୟର ନିର୍ବାଚନ ମହଲ ସରଗରମ୍ ରହିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକଳ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରଚାର ଚଳାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ସେମାନଙ୍କର ସଂଗ୍ରାମ ଜାରି ରଖିଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ୩୭ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବନ୍ଦିତା ପାଲ ଚଳିତ ଥର ରାଜନୀତି ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ନିର୍ବାଚନ ପ୍ରଚାର କାର୍ଯ୍ୟରେ ବନ୍ଦିତାଙ୍କୁ ସହଯୋଗ କରୁଛନ୍ତି ତାଙ୍କର ସ୍ୱାମୀ ଅର୍ଜୁନ ବେହେରା ।

ଏନେଇ ବନ୍ଦିତା କହିଛନ୍ତି ଯେ, ଚିରାଚରିତ ରାଜନୀତିର ଧାରାରେ ଆମେ ନାହୁଁ । ଆମର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ । ଲୋକଙ୍କର ସେବା କରିବା ସହ ଜନସାଧାରଣଙ୍କର ମୌଳିକ ସମସ୍ୟାର ସମାଧାନ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ନିର୍ବାଚନରେ ହାରିବା ଜିତିବା ଆମ ଉପରେ କିଛି ବି ପ୍ରଭାବ ପକାଇବ ନାହିଁ । ମୋର ସ୍ୱାମୀ ପୂର୍ବରୁ ଲୋକମାନଙ୍କର ସୁଖଦୁଃଖରେ ଠିଆ ହୋଇ ଆସୁଛନ୍ତି । ବର୍ଷାଦିନେ ଜଳ ସମସ୍ୟା, ପାନୀୟ ଜଳ ସମସ୍ୟା, ଶ୍ମଶାନ ଭୂଇଁ ଓ ଅଙ୍ଗନୱାଡ଼ି ପରି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋ ସ୍ୱାମୀ ନିରନ୍ତର ପ୍ରୟାସ ଜାରି ରଖି ଆସିଛନ୍ତି ।

Get real time updates directly on you device, subscribe now.