fbpx

କି ଠକ! ସିନ୍ଦୁର ପିନ୍ଧି ବି ନୁସରତ୍ ଜଣେ ଅବିବାହିତା: ବିଜେପି ନେତା ଦିଲ୍ଲୀପ ଘୋଷ

କୋଲକାତା: ଟିଏମସି ସାଂସଦ ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଏବଂ ବିଚ୍ଛେଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୁହିଁଙ୍କର ତୁର୍କି ରେ ହୋଇଥିବା ବିବାହକୁ ଭାରତୀୟ ନିୟମାନୁସାରେ ଅବୈଧ ବୋଲି ଜାଣିବା ପରେ ନୁସରତ୍ ଏବେ ବିବାହକୁ ଓହରିଯାଇଛନ୍ତି । ନୁସରତଙ୍କ କହିବା କଥା ଯେ, ଯେତେବେଳେ ଭାରତୀୟ ନିୟମାନୁସାରେ ଏହି ବିବାହ ମାନ୍ୟ ନୁହେଁ ତେବେ ଛାଡପତ୍ର ନେବାର ପ୍ରଶ୍ନ ହିଁ ଉଠୁନି । ତେବେ ଏହା ଭିତରେ ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହ ଏବଂ ବିଚ୍ଛେଦକୁ ନେଇ ବିଜେପିର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ପ୍ରତିକ୍ରିୟା ରଖିଛନ୍ତି । ସେ ନୁସରତଙ୍କୁ ଜଣେ ଠକ ବୋଲି କହିବା ସହିତ ବେଙ୍ଗଲ ରାଜନୀତିକୁ ଏହା ହେଉଛି ଏକ ବହୁତ ବଡ ଧୋକା ବୋଲି ମତ ଦେଇଛନ୍ତି ।

ଶୁକ୍ରବାର ନୁସରତ୍ ଜହାଁ ଓ ନିଖିଲ୍ ଜୈନଙ୍କ ବିବାହକୁ ନେଇ ଚାଲିଥିବା ବିବାଦ ଉପରେ ମତ ରଖିବାକୁ ଯାଇ ନୁସରତ୍ ଙ୍କୁ ଜଣେ ଠକ ବୋଲି ସମ୍ବୋଧନ କରିଥିଲେ । ଆଉ କହିଥିଲେ ଯେ, ନୁସରତ୍ ଯଦି ବିବାହ କରିନାହାନ୍ତି ତାହେଲେ ସାଂସଦ ଭାବରେ ଶପଥ ଗ୍ରହଣ କରିବା ସମୟରେ ଜଣେ ବିବାହିତା ମହିଳା ଭାବରେ ପାର୍ଲିଆମେଣ୍ଟକୁ କିପରି ଆସିଥିଲେ । ଆଗକୁ କହିଥିଲେ ଯେ, “କିଭଳି ଠକ । ଜଣେ ବ୍ୟକ୍ତି ଟିଏମସି ସାଂସଦ ଭାବରେ ଶପଥ ନେଇଥିଲେ, ବର୍ତ୍ତମାନ କହୁଛନ୍ତି ସେ ଅବିବାହିତା । ତଥାପି ସିନ୍ଦୁର ପିନ୍ଧୁଥିଲେ, ରଥ ବି ଟାଣିଥିଲେ, ପୂଜା ବି କରିଥିଲେ ଏବଂ ନିର୍ବାଚନ ଜିତିଥିଲେ” ।

୨୦୧୯ରେ ନୁସରତ୍ ସ୍ୱାମୀ ନିଖିଲଙ୍କ ସହ ମିଶି ଇସ୍କନ୍ ତରଫରୁ ହୋଇଥିବା ରଥ ଯାତ୍ରାରେ ରଥ ଟାଣିଥିବା ବେଳେ ଏହାକୁ ଟାର୍ଗେଟ କରି ବିଜେପି ନେତା ଦିଲ୍ଲୀପ ଘୋଷ ଖାଲି ନୁସରତଙ୍କୁ ଟାର୍ଗେଟ କରିନାହାନ୍ତି ବରଂ ତାଙ୍କ ବିବାହ ଭୋଜିରେ ଯୋଗ ଦେଇଥିବା ମମତାଙ୍କୁ ମଧ୍ୟ ଟାର୍ଗେଟ କରି ମତ ଦେଇଛନ୍ତି ।
ଖାଲି ସେତିକି ନୁହେଁ, ସେ ଆହୁରି ବି କହିଛନ୍ତି ଯେ, “ବିନା ବାହାଘରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଜି ଖାଇ ଆସିଛନ୍ତି । ଆଉ ମମତା ବାନାର୍ଜୀ, ନୁସରତ୍ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ସିନ୍ଦୁର ପିନ୍ଧି ଗର୍ଭବତୀ ହେଉଛନ୍ତି ଆଉ ପରେ କହୁଛନ୍ତି ସେମାନେ ଅବିବାହିତ” । ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି ।

Get real time updates directly on you device, subscribe now.