Weather Update: ଆଜିଠୁ ବଢିବ ରାତି ତାପମାତ୍ରା, 19ରୁ ଏହି ସ୍ଥାନରେ ଛେଚିବ
ବୌଦ୍ଧରେ 36 ଡିଗ୍ରୀ ଟପିଲା ରାତି ତାପମାତ୍ରା । 19ରୁ 21 ବର୍ଷା ସମ୍ଭାବନା ।
ଭୁବନେଶ୍ବର: ତାତି ଭିତରେ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଆଣିବ ବର୍ଷା । ଆସନ୍ତା 19ରୁ 21 ତାରିଖ ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।
ବିଶେଷକରି 19 ତାରିଖରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଝାରସୁଗୁଡା, ଯାଜପୁର ଏବଂ ଢେଙ୍କାନାଳରେ ସ୍ବଳ୍ପ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି ।
ସେହିପରି 20 ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କଟକ, ଢେଙ୍କାନାଳ, ଜଗତସିଂପୁର, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି ଏବଂ ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ 21 ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂପୁର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଆଦି ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।
ତେବେ ଗତକାଲି ରେକର୍ଡ ଭାଙ୍ଗିଥିଲା ତାତି । ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ 36.5 ଡିଗ୍ରୀ ରହିଥିଲା । ସେହିପରି ଖୋର୍ଦ୍ଧାରେ 35.5 ରେକର୍ଡ କରାଯାଇଛି ।
ତେବେ ଆଜି ଠାରୁ ପୁଣି ତାତି ବଢିବ । ବିଶେଷକରି ରାତି ତାପମାତ୍ରା 2ରୁ 3 ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।