fbpx
BJD SKY
BJD SKY

ବିବାହ ଓ ଛୁଟି… ଏହି କାରଣ ପାଇଁ ସାଂଘାତିକ ହୋଇପାରେ କରୋନା ସ୍ଥିତି

BJD

ନୂଆଦିଲ୍ଲୀ : ଭାରତରେ କରୋନା ମାମଲା ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୬୭୬ ଟି ମାମଲା ସାମ୍ନାକୁ ଆସିଛି । ସକ୍ରିୟ ମାମଲା ୩୭,୦୯୩ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳ ସର୍ବାଧିକ ସଂକ୍ରମିତ ରାଜ୍ୟ। ଦେଶରେ କରୋନା ପଜେଟିଭ୍ ହାର ୨.୮୮ ପ୍ରତିଶତ ରହିଛି ।

ତେବେ କରୋନା ବଢିବାର ୩ଟି ମୁଖ୍ୟ କାରଣ ଉପରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି । ପ୍ରଥମତଃ ହେଲା ଗ୍ରୀଷ୍ମ ଛୁଟି, ଦ୍ୱିତୀୟରେ ବିବାହ ଋତୁ ଓ ତୃତୀୟରେ ଉପଯୁକ୍ତ ଟିକାକରଣ ହେବା କରୋନା ବୃଦ୍ଧିର କାରଣ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ମୁମ୍ବାଇର ହିରାନନ୍ଦାନୀ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଫାରାହ ଇଙ୍ଗଲେ କହିଛନ୍ତି ଯେ ଦେଶରେ କରୋନା ମାମଲା ବଢିବାରେ ଲାଗିଛି। କିନ୍ତୁ କରୋନାର ଏକ ନୂଆ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଉଛି । ସେ କହିଛନ୍ତି ଯେ ଆଗାମୀ ସମୟରେ କରୋନା ମାମଲା ବୃଦ୍ଧି ହେବାର ତିନୋଟି ସମ୍ଭାବ୍ୟ କାରଣ ରହିଛି।

– “ପ୍ରଥମ କାରଣ ହେଉଛି ଯାତ୍ରା । ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦେଶର ଲୋକମାନେ ଛୁଟିଦିନ କାଟିବା ପାଇଁ ବିଭିନ୍ନ ସ୍ଥାନକୁ ଯିବାକୁ ପ୍ଲାନ୍ କରିବେ । ଯାହା ଦ୍ୱାରା କରୋନା ବଢିବାର ସମ୍ଭାବନା ରହିଛି ।

– “ଦ୍ୱିତୀୟ କାରଣ କମ୍ ଟୀକାକରଣ । ଗତ ବର୍ଷ ମେ ମାସରେ ଟୀକାକରଣର ବୁଷ୍ଟର ଡୋଜ ଆରମ୍ଭ ହୋଇଥିଲା। ମାତ୍ର କିଛି ମାସ ପରେ ଟୀକାକରଣର ପ୍ରଭାବ ହ୍ରାସ ପାଇଲା। ଏଭଳି ପରିସ୍ଥିତିରେ ନୂତନ ଲହରକୁ ସାମ୍ନା କରିବାକୁ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକ। ଯାହା ଟିକା କରଣ ଦ୍ୱାରା ସମ୍ଭବ । ସରକାର ବୁଷ୍ଟର ଡୋଜ ଉପରେ ଧ୍ୟାନ ଦେବା ଉଚିତ୍ ।

– “ତୃତୀୟ କାରଣ ହେଉଛି ବିବାହ ଋତୁ। ବିବାହ ଋତୁ ମଧ୍ୟ ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ କରୋନା ମାମଲା ବଢିବାର ବହୁ ମାତ୍ରାରେ ସମ୍ଭାବାନା ରହିଛି । କାରଣ ବିବାହ ଋତୁରେ କରୋନା ନିର୍ଦ୍ଦେଶାବଳୀ ପାଳନ କରାଯାଇପାରିବ ନାହିଁ।”

ମାସ୍କ ବିଷୟରେ ବିଶେଷଜ୍ଞମାନେ କ’ଣ କହୁଛନ୍ତି?
୬୦ ବର୍ଷରୁ ଅଧିକ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି। ଏଥି ସହିତ କିଛି ବିଶେଷଜ୍ଞ ମତ ଦେଇଛନ୍ତି ଯେ କରୋନାର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବା ଉଚିତ୍। ଅଧିକାଂଶ ଲୋକ ପରିସ୍ଥିତିକୁ ଗମ୍ଭୀରତାର ସହ ନେଉନାହାଁନ୍ତି । କରୋନା ଗାଇଡଲାଇନକୁ ଅନୁସରଣ କରି ଏହାକୁ ଦମନ କରାଯାଇପାରିବ ।

Get real time updates directly on you device, subscribe now.