fbpx
BJD
BJD SKY
BJD SKY

କ୍ରୋଧର ବଶବର୍ତ୍ତୀ ହୋଇ ବୁଲା କୁକୁରଙ୍କୁ ହତ୍ୟା କରିବା ବଡ଼ ଅପରାଧ: ପଶୁଙ୍କ ସୁରକ୍ଷା ପାଇଁ ଭାରତୀୟ ସମ୍ବିଧାନରେ କ’ଣ ନିୟମ ରହିଛି

BJD

ନୂଆଦିଲ୍ଲୀ: ଗତ ୨୦୨୨ରେ କେରଳରେ ପାଖାପାଖି ୧ ଲକ୍ଷ ଲୋକଙ୍କୁ କୁକୁର କାମୁଡ଼ିଥିଲା । ଏହି କାରଣରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଦାୟର ହୋଇଥିଲା । ତେବେ ରାଜ୍ୟରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିବା କାରଣରୁ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ବିପକ୍ଷ ଦଳ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଏଭଳି ବିପଥଗାମୀ କୁକୁରମାନଙ୍କୁ ନେଇ ରାଜ୍ୟରେ ଆଇନଗତ ଓ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି । ଲୋକମାନେ ବୁଲା କୁକୁରମାନଙ୍କୁ ମାରିବା ଆରମ୍ଭ କରିଦେଇଛନ୍ତି ।

ସରକାର ଗତ ୮ ମାସରୁ ବୁଲା ଓ ପାଳିତ କୁକୁରଙ୍କ ଟିକାକରଣ ଅଭିଯାନ ଆରମ୍ଭ କରିଥିଲେ ହେଁ ସମସ୍ୟା ସୁଧୁରିବାର ନାଁ ଧରୁନାହିଁ । କନ୍ନୁର ନିକଟରେ ଗୋଟିଏ ୧୧ ବର୍ଷର ପିଲାର କୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା । କ୍ରୋଧାନ୍ୱିତ ହୋଇ ଲୋକମାନେ ବୁଲା କୁକୁରଙ୍କୁ ଧରି ମାରିବା ଆରମ୍ଭ କରିଦେଇଥିଲେ । ଏହି ମାମଲା ବଢ଼ିବା ଫଳରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟର ସଡ଼କରେ ପାଖାପାଖି ୨ ଲକ୍ଷ ୮୦ ହଜାର କୁକୁର ବୁଲୁଛନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଉଥିବା ଦେଖାଯାଉଛି । ରାଜ୍ୟରେ ୯ ଲକ୍ଷ କୁକୁରଙ୍କୁ ଗୃହପାଳିତ ଭାବେ ରଖାଯାଇଛି ।

ତେବେ ଏହି ମାମଲାକୁ ନେଇ ରାଜ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି । ବୁଲା କୁକୁର ସମସ୍ୟା ବଢ଼ୁଥିବା ବେଳେ ସରକାର ତାହାକୁ ଅଣଦେଖା କରୁଥିବା ବିପକ୍ଷ ଦଳମାନେ ଅଭିଯୋଗ କରୁଛନ୍ତି । ଏପରିକି ବୁଲା କୁକୁରଙ୍କ ଟିକାକରଣ ଓ ବନ୍ଧ୍ୟାକରଣ ଅଭିଯାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଦେଖାଦେଇଥିବା ଏହି ବିବାଦ କାରଣରୁ କୁକୁରଙ୍କୁ ମାରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଆଇନଗତ ଅନୁମତି ମାଗିଛନ୍ତି ।

ତେବେ ଭାରତୀୟ ସମ୍ବିଧାନରେ ପଶୁଙ୍କ ସୁରକ୍ଷା ନେଇ କ’ଣ ଆଇନ୍ ରହିଛି । ଧାରା ୪୮୧ ଅନୁଯାୟୀ, ପଶୁ ଓ ବନ୍ୟଜୀବଙ୍କ ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ସେହିପରି ଧାରା ୫୧ଏ(ଜି) ଅନୁସାରେ, ଜଙ୍ଗଲ ଓ ବନ୍ୟଜୀବଙ୍କ ସୁରକ୍ଷା ସହିତ ସମସ୍ତ ଜୀବିତ ପ୍ରାଣୀଙ୍କ ପ୍ରତି ଦୟା ଭାବ ପ୍ରଦର୍ଶନ କରିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ । ଧାରା ୨୧ ଅନୁସାରେ ପଶୁଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଦରକାର । ଧାରା ୪୨୮ ଓ ୪୨୯ରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ପଶୁଙ୍କୁ ହତ୍ୟା କରେ ତେବେ ତାଙ୍କୁ ୨ ବା ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବା ଜରିମାମା ବା ଉଭୟ ଲାଗୁ ହୋଇପାରେ ।

ଏଥିସହିତ ଦେଶରେ ପଶୁ ହିଂସା ନିବାରଣ ଅଧିନିୟମ ୧୯୬୦ ମଧ୍ୟ ବେଶ୍ କଠୋର ରହିଛି । ଏହି ଆଇନ ଅନୁଯାୟୀ, ପଶୁଙ୍କ ବିରୋଧରେ ହିଂସାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଏ ଓ ଦଣ୍ଡ ଲାଗୁ ହୋଇଥାଏ । ଜୈବ ବିବିଧତା ଅଧିନିୟମ, ୨୦୦୨ ଅନୁସାରେ ପଶୁଙ୍କ ସୁରକ୍ଷା ନିର୍ଦ୍ଧାରିତ ଅଟେ ।

Get real time updates directly on you device, subscribe now.