ନୂଆଦିଲ୍ଲୀ: ମହାରାଷ୍ଟ୍ରର ମତ୍ସ୍ୟ ଓ ବନ୍ଦର ମନ୍ତ୍ରୀ ନିତେଶ ରାଣେ ‘ମିନି ପାକିସ୍ତାନ’ ବୋଲି ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।
ମନ୍ତ୍ରୀ ନିତେଶ ରାଣେଙ୍କ ଅପମାନଜନକ ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ଏବଂ ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସେ କହିଛନ୍ତି।
ବର୍ଷିଲେ ପିନାରାଇ: ଧର୍ମନିରପେକ୍ଷତା ଓ ସାମ୍ପ୍ରଦାୟିକ ସଦ୍ଭାବନାର ଗଡ଼ କୁହାଯାଉଥିବା କେରଳ ବିରୋଧରେ ସଂଘ ପରିବାର ପକ୍ଷରୁ ଚାଲିଥିବା ଘୃଣ୍ୟ ଅଭିଯାନକୁ ଏଭଳି ବୟାନବାଜି ପ୍ରତିଫଳିତ କରୁଛି।
କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି, କେରଳ ଉପରେ ଏଭଳି ଘୃଣ୍ୟ ଆକ୍ରମଣକୁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ସଂଘ ପରିବାରର ଘୃଣ୍ୟ ପ୍ରଚାର ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କୁ ଏକଜୁଟ ହେବାକୁ ଆହ୍ୱାନ କରୁଛୁ।
ତେବେ ବିବାଦ ବଢିବା ପରେ ନିତେଶ ରାଣେ ସ୍ପଷ୍ଟୀକରଣ ଦେବା ସହ ନିଜ ବୟାନକୁ ଯଥାର୍ଥ ମଧ୍ୟ କରିଛନ୍ତି ।
ନିତେଶ କହିଛନ୍ତି, “କେରଳ ଆମ ଦେଶର ଏକ ଅଂଶ। କିନ୍ତୁ ସେଠାରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସମସ୍ତେ ଚିନ୍ତିତ ହେବା ଦରକାର। ସେଠାରେ ହିନ୍ଦୁ ଓ ମୁସଲମାନ ଧର୍ମ ଗ୍ରହଣ କରାଯାଉଛି।
ଏହା ଏକ ନିତିଦିନିଆ ଘଟଣା ରେ ପରିଣତ ହୋଇଛି । ଲଭ୍ ଜିହାଦ ମାମଲା ମଧ୍ୟ ବୃଦ୍ଧି ପାଉଛି। ମୁଁ କେରଳର ସ୍ଥିତିକୁ ପାକିସ୍ତାନର ସ୍ଥିତି ସହ ତୁଳନା କରୁଥିଲି।
ଯଦି ପାକିସ୍ତାନରେ ହିନ୍ଦୁଙ୍କ ପ୍ରତି ଯେଉଁ ଭଳି ବ୍ୟବହାର କରାଯାଉଛି, ତା’ହେଲେ ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ହିନ୍ଦୁମାନଙ୍କୁ ସବୁ ଉପାୟରେ ସୁରକ୍ଷିତ ରଖିବା ଉଚିତ।” ଏବଂ ସେହି ବାର୍ତ୍ତା ମୁଁ ମୋ ଭାଷଣ ମାଧ୍ୟମରେ ଦେବାକୁ ଚେଷ୍ଟା କରୁଥିଲି ବୋଲି ସେ କହିଛନ୍ତି।