fbpx

ଓଡିଶାରେ ଲକଡାଉନ୍ ଲାଗୁ ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): ଦେଶରେ କରୋନା ସକ୍ରଂମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଜର ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାକୁ ଆଉ ଲକ ଡାଉନ ଫେରିବନି ଆଲୋଚନାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ, ‘ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ସମସ୍ତଙ୍କ ଚେଷ୍ଟା ହେବା ଉଚିତ୍ । କୋଭିଡ ନିୟମ ମାନିବାରେ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢିବା ପରେ ସତର୍କ ହେବା ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ । ଏହା ସମୟ ସାପେକ୍ଷା, ତେଣୁ ସତର୍କ ରହିବା ନିହାତି ଦରକାର । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ।’

Get real time updates directly on you device, subscribe now.