fbpx

ସାରୁଅ ଜମି ଦୁର୍ନୀତିକୁ ନେଇ କ’ଣ କହିଲେ କ୍ରାଇମବ୍ରାଞ୍ଚ ଏଡିଜି ?

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : ସାରୁଅ ଜମି ଦୁର୍ନୀତିକୁ ନେଇ ଆସିଲା ନୂଆ ତଥ୍ୟ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚର ଏଡିଜି କହିଛନ୍ତି ଯେ, ‘ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ ଲିମିଟେଡ ଜମି ହଡପ କରିଛି । ଯାହାକି ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି । ଲୋକଙ୍କୁ ଠକି ଏହି ଜମି ହଡ଼ପ କରାଯାଇଛି । ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି । ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ ।’ ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

Get real time updates directly on you device, subscribe now.