fbpx
BJD SKY
BJD SKY

ଆତ୍ମନିର୍ଭର ଭାରତ ୩.୦ରେ କ’ଣ କ’ଣ ଘୋଷଣା କଲେ ଅର୍ଥମନ୍ତ୍ରୀ? ଜାଣନ୍ତୁ

BJD

ନୂଆଦିଲ୍ଲୀ,୧୨ ।୧୧: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି ।

ଆତ୍ମନିର୍ଭର ଭାରତ ୩.୦ରେ ୨.୬୫ ଲକ୍ଷ କୋଟିର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କୃଷକଙ୍କ ପାଇଁ ୬୫,୦୦୦ କୋଟି ଫର୍ଟିଲାଇଜର ସବସିଡିରେ ଲାଗିବା ସହ ପିଏମ ଗରିବ କଲ୍ୟାଣ ଯୋଜନା ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କା ଘୋଷଣା ହୋଇଛି ।

ମୋଦୀ ସରକାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ସ୍କିମ୍ (ECLGS) ର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ଯୋଜନାର ଲାଭ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ଅଧୀନରେ (ECLGS) ଯୋଜନା ଅଧୀନରେ ୬୧ ଲକ୍ଷ ଲୋକ ଉପକୃତ ହୋଇଛନ୍ତି।

ସଙ୍ଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରାଯାଇଛି । ସଂସ୍ଥ୍ୟା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର । ସେହିପରି ସଂସ୍ଥଶ ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% କେନ୍ଦ୍ର ଦେବ । ୧ ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କରିବ କେନ୍ଦ୍ର । କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ । ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସହରୀ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ୨୦୨୦-୨୧ ବଜେଟ୍‌ରେ ଅତିରିକ୍ତ ୧୮ ହଜାର କୋଟି ଟଙ୍କାର ପ୍ୟାକେଜ୍ କରାଯାଇଛି। ଏଥିରେ ୧୨ ଲକ୍ଷ ନୂଆ ଘର ସହ ନିର୍ମାଣାଧୀନ ୧୮ ଲକ୍ଷ ଘର ସମୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।ନୂଆ ଘର ନିର୍ମାଣ ସମୟରେ ୭୮ ଲକ୍ଷ ନୂତନ ରୋଜଗାର ସୃଷ୍ଟି ହୋଇପାରିବ। ଏହି ନିର୍ମାଣ କାର୍ଯ୍ୟରେ ୧୫ ଲକ୍ଷ ଟନ୍ ରଡ୍ ଓ ୧୩୧ ଲକ୍ଷ ଟନ୍ ସିମେଣ୍ଟ ବ୍ୟବହାର କରାଯିବ। ଶ୍ରମ, ସିମେଣ୍ଟ ଓ ରଡ୍‌ ଦ୍ଵାରା ମଧ୍ୟ ଅତିରିକ୍ତ ରୋଜଗାର ସୃଷ୍ଟି ହେବ ବୋଲି ସୀତାରମଣ କହିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କାମାତ କମିଟିର ସୁପାରିଶ ଆଧାରରେ ୨୬ ଟି କ୍ଷତିଗ୍ରସ୍ତ କ୍ଷେତ୍ର ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହି କ୍ଷେତ୍ରଗୁଡିକ ପାଇଁ (ECLGS) ସ୍କିମ୍ ୨.୦ ଆରମ୍ଭ କରାଯାଇଛି। ଏଥିରୁ ଏମଏସଏମଇ କ୍ଷେତ୍ର ମଧ୍ୟ ଉପକୃତ ହେବ। ଏଥିରେ ମୂଳଧନ ପରିଶୋଧ କରିବାକୁ ପାଞ୍ଚ ବର୍ଷ ସମୟ ଦିଆଯାଇଛି । ଏଥିରେ କର୍ମଧାରକ କମ୍ପାନୀଗୁଡ଼ିକୁ ଏକ ବର୍ଷ ପାଇଁ ୫୦ କୋଟିରୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଗ୍ରମି ଅର୍ଥ ଦିଆଯିବ। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ୧୦ ଟି କ୍ଷେତ୍ର ପାଇଁ ୧.୪୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ସନ୍ ଲିଙ୍କ୍ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି । ଏହା ରୋଜଗାର ଏବଂ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବ । ଏହି ଯୋଜନା ପ୍ରଥମେ ତିନୋଟି କ୍ଷେତ୍ରରେ ଆରମ୍ଭ କରାଯାଇଥିଲା।

Get real time updates directly on you device, subscribe now.