fbpx

ଚଳିତ ମାସରେ ସ୍କୁଲ ଖୋଲିବାକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୪ ।୧୧(ଓଡିଶା ଭାସ୍କର): ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ଯେ, ‘ନବମରୁ ଦ୍ୱାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ ହେବ । ସ୍କୁଲ ଛାଡିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ କ୍ଲାସର ବ୍ୟବସ୍ଥା ହେବ । ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ହୋଇଛି, ଆଉ ଅଧିକ ହ୍ରାସ ହେବନାହିଁ । ୭୦ ପ୍ରତିଶତ ପାଠ୍ୟକ୍ରମ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ଏନେଇ ବିଭାଗୀୟ ବୈଠକ ବସିଛି । ୫ଟି ଅଂଶୀଦାରଙ୍କ ସହ ଆଲୋଚନା ହୋଇଛି ।’

Get real time updates directly on you device, subscribe now.