fbpx

ରାଜ୍ୟରେ ବନ୍ୟା ସ୍ଥିତି ନେଇ କ’ଣ କହିଲେ ଏସଆରସି ?

ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାତାର ବର୍ଷା ହେଉଥିବା ବେଳେ ୨୩ରେ ଆଉ ଏକ ଲଘୁଚାପ ଆସିବାର ସମ୍ଭାବନା ରହିଛି । କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ । ରାଜ୍ୟର ସ୍ଥିତି ସମୀକ୍ଷା ପରେ ସ୍ୱତନ୍ତ୍ର ଣିଲିଫ କମିଶନରଙ୍କ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । ଜଳକା ନଦୀ ଜଳ ବସ୍ତା ମଥାନୀଠାରେ ବିପଦ ସଂକେତ ଉପରେ ବହୁଛି । କିନ୍ତୁ ଏହାଦ୍ୱାରା କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

Get real time updates directly on you device, subscribe now.