fbpx
BJD SKY
BJD SKY

(Video) Facebook-Instagram ଡାଉନ୍ ପରେ ପ୍ରଥମେ କ’ଣ କଲେ ୟୁଜର? ଟ୍ୱିଟରରେ ମିଳିଲା ସମାଧାନ… 

BJD

ଓଡ଼ିଶା ଭାସ୍କର: ଅଚାନକ ସୋସିଆଲ ମିଡିଆ ଆପ୍ ‘ଫେସବୁକ’ ଏବଂ ‘ଇନଷ୍ଟାଗ୍ରାମ’ ସର୍ଭର ଡାଉନ୍ ହୋଇଯାଇଛି । ଯାହା ପଳରେ ଲକ୍ଷ ଲକ୍ଷ ୟୁଜର ଏଥିରେ ଲଗ୍ ଇନ୍ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ସର୍ଭର ଡାଉନ୍ ହୋଇଯିବା ଫଳରେ ସମସ୍ତ ୟୁଜରଙ୍କୁ ଲଗ୍ ଇନ୍ ପାଇଁ କୁହାଯାଇଛି । କିନ୍ତୁ ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ । ଇନଷ୍ଟାଗ୍ରାମରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି । ତେବେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସର୍ଭର ଡାଉନ୍ ହେବା ପରେ କ’ଣ କରୁଛନ୍ତି ୟୁଜର?

ମେଟାର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ସର୍ଭର ଡାଉନ୍ ପରେ ଟ୍ୱିଟର ଏବେ ଖୁବ ଆକ୍ଟିଭ ହୋଇଯାଇଛି । ଟ୍ୱିଟରରେ ଫେସବୁକ-ଇନଷ୍ଟାଗ୍ରାମ ଏବଂ ମାର୍କ ଜୁକରବର୍ଗଙ୍କୁ ନେଇ ଖୁବ ଟ୍ରୋଲ କରୁଛନ୍ତି ୟୁଜର । ଫେସବୁକ ଏବଂ ଇନଷ୍ଟା ଡାଉନ ମାମଲାକୁ ନେଇ ବିଭିନ୍ନ ମେମ୍ସ ଏବେ ଭାଇରାଲ ହେବାରେ ଲାଗିଛି । ଟ୍ୱିଟରରେ ଏହିସବୁ ପୋଷ୍ଟ କରି ଏବେ ସମୟ ଫେସବୁକ-ଇନଷ୍ଟାଗ୍ରାମକୁ ଅପେକ୍ଷା କରି ରହିଛନ୍ତି ୟୁଜର ।

Get real time updates directly on you device, subscribe now.