fbpx

Video; ସେଦିନ ରାତିରେ ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କ’ଣ ହୋଇଥିଲା?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଛନ୍ତି ବଡ଼ ବଡ଼ ପୋଲିସ କର୍ମଚାରୀ। ହେଲେ ସେଦିନ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା? କ’ଣ ପାଇଁ ପୋଲିସ କର୍ମଚାରୀ ମାନେ ନିଲମ୍ବିତ ହେଲେ ବୋଲି ସମସ୍ତଙ୍କ ମନରେ ଏପେ ପ୍ରଶ୍ନ? ସମସ୍ତେ ଯାଣିବାକୁ ଚାହୁଁଛନ୍ତି ସେଦିନର ରାତିର ଘଟଣା। ଭରତପୁର ଥାନା ସାକ୍ଷୀ ଅଛି କଣ ସବୁ ଘଟିଥିଲା ଥାନା ଭିତରେ। କାରଣ ଥାନା ଭିତରେ ନଥିଲା ସିସିଟିଭି କ୍ୟାମେରା। ଏତେ ବଡ଼ ଥାନା ହୋଇ ମଧ୍ୟ ସିସିଟିଭି ନାହିଁ ଯାହା ସବୁ ଠାରୁ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି।

ଥାନା ଭିତରେ ମେଜରଙ୍କ ସହ ଘଟିଥିଲା ଅକଥନିୟ ନିର୍ଯ୍ୟାତନା। ପୋଲିସ ମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବିକ। ୧୪ ତାରିଖ ରାତିରେ ମେଜର ଏବଂ ତାଙ୍କ ବାନ୍ଧବି ରାସ୍ତାରେ ଗଲା ବେଳେ କିଛି ରୋଡ ରୋମିଓ କମେଣ୍ଟ ମାରିଥିଲେ। ଯାହାକୁ ନେଇ ମେଜର ଭରତପୁର ଥାନାରେ ଅଭିଯୋଗ ଦେବାକୁ ପହଞ୍ଚିଲେ। କିନ୍ତୁ ଭରତପୁର ଥାନାରେ ପୋଲିସ କର୍ମଚାରୀ ମାନେ କରିଥିଲେ ଖରାପ ବ୍ୟବହାର।

ମେଜରଙ୍କୁ ଗାଳି ଗୁଲଜ କରିବା ସହ ଏଫ୍‌ଆଇଆର ଲେଖିଲେ ନାହିଁ। ମେଜରଙ୍କ ବାନ୍ଧବୀଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଇଥିଲେ। ପେଟ ମୁହଁକୁ ଆକ୍ରମଣ କରିଥିଲେ ପୋଲିସ କର୍ମଚାରୀ। ସେତିକିରେ ମନ ଶାନ୍ତି ହେଲାନି ଯେ ମେଜରଙ୍କୁ ନୋଟିସ ଦେଲେ ଆଉ ବାନ୍ଧବିଙ୍କୁ ଜେଲକୁ ପଠାଇଦେଲେ। ଏମିତି କିଛି ନିର୍ଯ୍ୟାତନାର ଶିକାର ହୋଇଥିଲେ ଭାରତୀୟ ସେନାର ମେଜର। ସେପଟେ ଏନେଇ ମେଜର ସେନାକୁ ଟୁଇଟ କରି ଜଣାଇବା ପରେ ହାଇକୋର୍ଟରେ ଯାଇ କେସ କରିଥିଲେ।

ଏନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ପରେ ଏବେ ସମସ୍ତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବତ ହୋଇଥିବା ପୋଲିସ କର୍ମଚାରୀ ମାନେ ହେଉଛନ୍ତି ପୂର୍ବତ୍ତନ ଆଇଆଇସି ଦିନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଁସଦା। ଏମାନେ ସମସ୍ତେ ଉକ୍ତ ସମୟରେ ଉପସ୍ଥିତ ଥିଲେ। ସେପଟେ ସିସିଟିଭି ନଥିବାରୁ କ୍ରାଇମବ୍ରାଞ୍ଚ ସମସ୍ତେ ପୋଲିସ କର୍ମଚାରୀ ମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଇବ।

Get real time updates directly on you device, subscribe now.