fbpx

କେଉଁ ରୁଦ୍ରାକ୍ଷ ପିନ୍ଧିଲେ କ’ଣ ହୁଏ? ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ଏହି ରିପୋର୍ଟରୁ

ଓଡ଼ିଶା ଭାସ୍କର: ପୁରାଣରେ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ସହିତ ତୁଳନା କରାଯାଇଛି । କିମ୍ବଦନ୍ତୀ କହେ ଶିବଙ୍କ ଲୁହରୁ ରାଦ୍ରାକ୍ଷର ଜନ୍ମ । ଶରୀରରେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମଣିଷର ଶାରୀରିକ ଓ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ଯିଏ ରୁଦ୍ରାକ୍ଷକୁ ପିନ୍ଧି ଶିବଙ୍କୁ ପୂଜା କରେ, ଶିବ ତା ଉପରେ ପ୍ରସନ୍ନ ହୋଇଥାନ୍ତି । ଏବଂ ତାକୁ ଦୁନିଆର ସମସ୍ତ ସୁଖ ପ୍ରଦାନ କରିଥାନ୍ତି । ଭିନ୍ନ ମୁଖୀ ରୁଦ୍ରାକ୍ଷର ଭିନ୍ନଭିନ୍ନ ଉପକାରିତା ରହିଛି । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା

  • ଏକମୁଖୀ ରୁଦ୍ରାକ୍ଷକୁ ଶିବଙ୍କ ସହିତ ତୁଳନା କରାଯାଏ । ଏହା ଦୁର୍ଲଭ ରୁଦ୍ରାକ୍ଷ । ଏହାକୁ ଧାରଣ କରିଲେ ଜୀବନରେ କୌଣସି ପ୍ରକାରର କମି ରହେ ନାହିଁ । ଏହାକୁ ଧାରଣ କରିବାଦ୍ୱାରା ମଣିଷ ସମସ୍ତ ସୁଖ ପ୍ରାନ୍ତ କରିଥାଏ ।
  • ଦ୍ୱିମୁଖୀ ରୁଦ୍ରାକ୍ଷକୁ ଶିବଙ୍କ ଶକ୍ତି ସହିତ ତୁଳନା କରାଯାଏ । ଏହାକୁ ଧାରଣ କରିବା ଦ୍ୱାରା ଆତ୍ମବିଶ୍ୱାସ ଓ ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ । ଏବଂ ଏହା ପିନ୍ଧିବା ଦ୍ୱାରା ପାପ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରାଯାଏ ।
  • ତିନିମୁଖୀ ରୁଦ୍ରାକ୍ଷରେ ତ୍ରୀମୁର୍ତ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ଶକ୍ତି ରହିଥାଏ । ଏହାକୁ ଧାରଣ କଲେ ମନକୁ ଶାନ୍ତି ଓ ଖୁସି ମିଳେ । ଏହାକୁ ଧାରଣ କଳେ ଘରେ ସୁଖ, ସମ୍ପତ୍ତି, ଯସସ୍ୱ, ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
  • ଚର୍ତୁଃମୁଖୀ ରୁଦ୍ରାକ୍ଷକୁ ବ୍ରହ୍ମାଙ୍କ ସହ ତୁଳନା କରାଯାଏ । ଏହାକୁ ଧାରଣ କଲେ ମଣିଷକୁ କାମ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ । ଚର୍ମରୋଗ, ମାନସିକତା ବୃଦ୍ଧି, ଏକାଗ୍ରତାରେ ବିଶେଷ ଲାଭ ହୋଇଥାଏ ।
  • ପଞ୍ଚମୁଖୀ ରାଦ୍ରାକ୍ଷକୁ ଭଗବାନ ରୁଦ୍ରଙ୍କ ସହ ତୁଳନା କରାଯାଏ । ଏହା ପ୍ରଚୁର ମାତ୍ରାରେ ଉପଲବ୍ଧ ହୋଇଥାଏ । ମାଳ ପାଇଁ ଏହି ରୁଦ୍ରାକ୍ଷର ବ୍ୟବହାର କରାଯାଏ । ଏହାକୁ ଧାରଣ କରିବା ଦ୍ୱାରା ମନ୍ତ୍ର ଶକ୍ତି ଏବଂ ଜ୍ଞାନ ପ୍ରାପ୍ତି ହୋଇଥାଏ ।
  • ଛ’ମୁଖୀ ରୁଦ୍ରାକ୍ଷକୁ ଭଗବାନ କାତ୍ତିକଙ୍କ ସହିତ ତୁଳନା କରାଯାଏ । ଏହାକୁ ଜ୍ଞାନ ଓ ଆତ୍ମବିଶ୍ୱାସ ପାଇଁ ଧାରଣ କରାଯାଏ । ଏହାକୁ ସାଧାରଣରେ ଡାହାଣ ହାତରେ ପିନ୍ଧାଯାଏ ।
  • ସାତମୁଖୀ ରୁଦ୍ରାକ୍ଷକୁ ସପ୍ତଋଷୀଙ୍କ ସହ ତୁଳନା କରାଯାଏ । ଏହାକୁ ଧାରଣ କରିବାଦ୍ୱାରା ଆର୍ଥିକ ସମ୍ପତ୍ତି ପ୍ରାପ୍ତ ହୋଇଥାଏ ।
  • ଅଷ୍ଟମୁଖୀ ରୁଦ୍ରାକ୍ଷକୁ ଗଣେଶଙ୍କ ସହ ତୁଳନା କରାଯାଏ । ଏହାକୁ ଧାରଣ କରିବାଦ୍ୱାରା ଦିବ୍ୟଜ୍ଞାନ ପ୍ରାପ୍ତ ହୋଇଥାଏ । ଏହି ଅଷ୍ଟମୁଖୀ ରୁଦ୍ରାକ୍ଷ ଶାରୀରର ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ ।

Get real time updates directly on you device, subscribe now.