ଓଡ଼ିଶା ଭାସ୍କର: ମଥୁରା ବୃନ୍ଦାବନରେ ପ୍ରବଚନ କରୁଥିବା ପ୍ରେମାନନ୍ଦ ମହାରାଜ କହିଛନ୍ତି ଯଦି କେହି ଉପହାର ଆକାରରେ ଆପଣଙ୍କୁ ଭଗବାନଙ୍କ ମୂର୍ତ୍ତି ଦିଅନ୍ତି ତେବେ ଆପଣ ତାହାକୁ କ’ଣ କରିବେ । ପ୍ରେମାନନ୍ଦ ମହାରାଜଙ୍କୁ ଯେତେବେଳେ ଶ୍ରଦ୍ଧାଳୁ ପଚାରିଛନ୍ତି କି, ବହୁ ଲୋକ ଉପହାର ଆକାରରେ ଭଗବାନଙ୍କ ମୂର୍ତ୍ତି ଆଦି ଦେଇଥାନ୍ତି । ଜନ୍ମଦିନ ଅବସରରେ ବି ଲୋକମାନେ ଭଗବାନଙ୍କ ମୂର୍ତ୍ତି ଓ ଫଟୋ ଉପହାର ଦେଇଥାନ୍ତି ।
ଘରେ ଗୋଟିଏ ଦେବତାଙ୍କ ଗୋଟିଏ ମୂର୍ତ୍ତି ହିଁ ରହିପାରିବ । କିନ୍ତୁ ଘରେ ୧୦-୧୫ ମୂର୍ତ୍ତି ହୋଇଗଲେ କ’ଣ କରିବେ । ଏହାର ଉତ୍ତରରେ ପ୍ରେମାନନ୍ଦ ମହାରାଜ କହିଛନ୍ତି, ଉପହାରରେ ଭଗବାନଙ୍କ ମୂର୍ତ୍ତି ଦେବା ଅନୁଚିତ । ଆମେ ଏହି ମୂର୍ତ୍ତି କାହାକୁ ଯଦି ଦେଉଛେ ତେବେ ସେ ତାକୁ କିପରି ବ୍ୟବହାର କରିବ ଏହା ଆମକୁ ଜଣାନାହିଁ । ସେ କହିଛନ୍ତି, ମୋତେ ଯେତେବେଳେ କେହି କିଛି ଉପହାର ଦେଇଥାଏ ସେତେବେଳେ ମୁଁ ପଚାରିଥାଏ କି ଏହି ଉପହାର କ’ଣ?
ପ୍ରେମାନନ୍ଦ ମହାରାଜ କହନ୍ତି ଉପହାର ଆକାରରେ ଆମେ କାହାକୁ ଭଗବାନଙ୍କ ମୂର୍ତ୍ତି ଦେବା କଥା ନୁହେଁ କି କାହାଠାରୁ ଏହା ଗ୍ରହଣ କରିବା କଥା ନୁହେଁ । ଯଦି କେହି ଦେଉଛନ୍ତି ତେବେ ଆପଣ କେବଳ ତାହାର ଦର୍ଶନ କରି ନିଅନ୍ତୁ ଓ ପ୍ରଣାମ କରି ତାହାକୁ ଫେରାଇ ଦିଅନ୍ତୁ । ମୂର୍ତ୍ତି ଘରେ ରଖି ପୂଜା ନ କରି ଧୂଳି ଜମା ହେବାକୁ ଦେବା ବଡ ଭୁଲ୍ ଅଟେ ।