fbpx

‘ପ୍ରଧାନ ବିଚାରପତି କ’ଣ କରୁଛନ୍ତି?’: ଇମ୍ରାନ ଖାନଙ୍କ ଅଡିଓ କ୍ଲିପକୁ ନେଇ ପାକିସ୍ତାନରେ ପୁଣି ଉତ୍ତେଜନା

Advertisement

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଏବେ ପାକିସ୍ତାନର ତେହେରିକ୍-ଇ-ଇନସାଫ୍ (PTI) ମୁଖ୍ୟ ଇମ୍ରାନ ଖାନ ଏବଂ ପାର୍ଟିନେତା ମୁଶର୍ରତ ଜମଶୋଦ ଚୀମାଙ୍କ ଏକ କଥିତ ଅଡିଓ କ୍ଲିପ୍ ଗୁରୁବାର ସାମ୍ନାକୁ ଆସିଛି । ଏହି ଅଡିଓ କ୍ଲିପରେ ଦୁହେଁ ମଙ୍ଗଳବାର ତାଙ୍କ ଗିରଫ ଏବଂ ଇସଲାମବାଦ ହାଇକୋର୍ଟ ସମ୍ବଧିତ ମାମଲାର ଶୁଣାଣି ଉପରେ କଥା ହେଉଥିବାର ସ୍ପଷ୍ଟ ଭାବେ ଶୁଣାଯାଉଛି ।

ଦୁର୍ନୀତି ମାମଲାରେ ପାକିସ୍ତାନର ଦୁର୍ନୀତି ନିବାରଣ ‘ଏଜେନ୍ସି ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (NAB)’ ନିର୍ଦ୍ଦେଶରେ ରେଞ୍ଜର୍ସମାନେ ମଙ୍ଗଳବାର ଦିନ ଇସଲାମାବାଦ ହାଇକୋର୍ଟ ପରିସରରୁ ଇମ୍ରାନ ଖାନଙ୍କୁ ଗିରଫ କରିଥିଲେ। ଏହା ପରେ ତାଙ୍କୁ ପଚରାଉଚରା ପାଇଁ ରାୱଲପିଣ୍ଡିର ଗ୍ୟାରିସନ ଟାଉନସ୍ଥିତ ନାବ କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ସେହିଦିନ ହାଇକୋର୍ଟ ମୁଖ୍ୟ ବିଚାରପତି ଆମିର ଫାରୁକ୍ କୋର୍ଟ ପରିସରରୁ ପିଟିଆଇ ମୁଖ୍ୟଙ୍କୁ ଅଟକ ରଖିଥିବାରୁ ଅଧିକାରୀମାନଙ୍କୁ ତାଗିଦ କରିଥିଲେ।

ତେବେ ପରେ ଇମ୍ରନଙ୍କ ଗିରଫକୁ ଅବୈଧ ଘୋଷଣା କରାଯାଇଥିଲା। କିନ୍ତୁ, ବର୍ତ୍ତମାନ ପାକିସ୍ତାନର ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିବା ସହିତ ତାଙ୍କୁ ପୁଣି ଇସଲାମାବାଦ କୋର୍ଟକୁ ଯିବାକୁ କହିଛନ୍ତି।

ଏହାରି ମଧ୍ୟରେ ଲିକ୍ ହୋଇଥିବା ଇମ୍ରାନ ଖାନଙ୍କ ଅଡିଓ ବାର୍ତ୍ତାଳାପରେ ପିଟିଆଇ ମୁଖ୍ୟ ଚେମାଙ୍କୁ ସିନେଟର ଆଜମ ସ୍ୱାତୀଙ୍କୁ ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିବାକୁ କହୁଛନ୍ତି। ଆଜମ ସ୍ୱାତୀ ହେଉଛନ୍ତି ଇମ୍ରାନ ଖାନଙ୍କ ନିଜ ଦଳର ସିନେଟର। ଏହା ସହିତ ପିଟିଆଇ ନେତା ମୁସରାଟ ଜାମସେଦ ମଧ୍ୟ ଦଳର ମୁଖ୍ୟ ଇମ୍ରାନଙ୍କୁ କହିଛନ୍ତି ଯେ ତାଙ୍କ ଆଇନ ଦଳ ହାଇକୋର୍ଟରେ ଉପସ୍ଥିତ ଥିଲେ ଏବଂ ସେ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ ସେ ଚାଲିଯିବେ ନାହିଁ।
(ତଳେ ଶୁଣନ୍ତୁ ସମ୍ପୂର୍ଣ୍ଣ ଅଡିଓ)

ସୂଚନାଯୋଗ୍ୟ, ପାକିସ୍ତାନର ପ୍ରଧାନ ବିଚାରପତି ଉମର ଅତା ବନ୍ଦିୟାଲଙ୍କ ଶାଶୁ ଇମ୍ରାନ ଖାନ ଦଳର ନେତା ଏବଂ ଇମ୍ରାନଙ୍କ ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନ ବିଚାରପତି ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଥର ଆଶ୍ୱସ୍ତି ଦେଇଛନ୍ତି ।

Get real time updates directly on you device, subscribe now.