fbpx

ଜଳଖିଆ କରିବାର ପ୍ରକୃତ ସମୟ କ’ଣ? ସୁସ୍ଥ ଶରୀର ପାଇଁ ଏହିସବୁ ଖାଇବା ଆବଶ୍ୟକ

ନୂଆଦିଲ୍ଲୀ: ଖାଦ୍ୟ ଗ୍ରହଣ କରିବାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୋଜନ ହେଉଛି ସକାଳର ଜଳଖିଆ । ମଣିଷ ଶରୀରକୁ ସକାଳର ଜଳଖିଆ ହିଁ ଉତ୍ତମ ଶକ୍ତି ଯୋଗାଇବା ସହ ସାରା ଦିନ କାମ କରିବା ପାଇଁ ଶକ୍ତି ଯୋଗାଇଥାଏ । ଏହା୍ଦବାରା ଶାରୀରିକ ସୁସ୍ଥତା ମିଳିବ ସହିତ ମାନସିକ ସ୍ତରରେ ମଧ୍ୟ ସକରାତ୍ମକ ଶକ୍ତି ଆଣିଥାଏ । ସକାଳର ଜଳକିଆ କରିବା ଦ୍ୱାରା ଶରୀରକୁ ଗ୍ଲକୋଜ ମିଳିବା ସହିତ ଶରୀରର ବିଭିନ୍ନ ଅଙ୍ଗକୁ ଶକ୍ତି ପ୍ରବାହିତ ହୋଇଥାଏ । ଏହାଦ୍ୱାରା ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରେ । ସକାଳ ଜଳଖିଆ ଶରୀର ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆପଣ ଏହାର ସଠିକ୍ ସମୟ ଜାଣିଛନ୍ତି କି?

ସକାଳେ ଠିକ୍ ସମୟରେ ଖାଦ୍ୟ ନଖାଇଲେ ଶରୀରରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଯଦି ଆପଣ ସକାଳର ଜଳଖିଆ ନ ଖାଆନ୍ତି, ତେବେ ଶରୀର ଶକ୍ତିହୀନ ହେବା ସହ ଦିନର ପ୍ରଥମ ଭାଗରେ ଦୁର୍ବଳ ଅନୁଭୂତ ହୋଇଥାଏ । ଏହାବ୍ୟତୀତ ସଠିକ୍ ସମୟରେ ଜଳଖିଆ କରିବା ଦ୍ୱାରା ଆପଣଙ୍କ ଭୋକ ବଢିପାରେ । ଏହାଦ୍ୱାରା ଅଧିକ ଖାଦ୍ୟ ଖାଇଥାନ୍ତି ଏବଂ ଶରୀରର ଓଜନରେ ବୃଦ୍ଧି ହୋଇଥାଏ । ହେଉଛି ସକାଳ ୭ ରୁ ୮ଟା ମଧ୍ୟରେ ଏହି ସମୟ ହେଉଛି ସକାଳ ଜଳଖିଆ କରିବାର ପ୍ରକୃତ ଏବଂ ଉଚିତ ସମୟ । ତେବେ କୌଣସି ପରିସ୍ଥିତିରେ ସକାଳ ୧୦ଟା ପରେ ଜଳଖିଆରେ ବିଳମ୍ବ କରିବା ଉଚିତ ନୁହେଁ । ଯଦି ଆପଣଙ୍କ ଉଠିବାରେ ବିଳମ୍ବ ହେଉଥାଏ, ତେବେ ଉଠିବାର ଏକ ଘଣ୍ଟା ଭିତରେ ଜଳଖିଆ କରିବା ଉଚିତ । କାରଣ ଗୋଟିଏ ରାତିର ଉପବାସ ପରେ ଆମ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡିଥାଏ ଏବଂ ସକାଳୁ ଗ୍ଲକୋଜ ସ୍ତର ସାଧାରଣତଃ କମ୍ ହୋଇଥାଏ । ତେଣୁ ସକାଳର ଜଳଖିଆ ଦ୍ୱାରା ହିଁ ଦିନର ଆରମ୍ଭ କରିବା ପାଇଁ ଶକ୍ତି ଯୋଗାଇଥାଏ ।

କ’ଣ ଖାଇବା ଆବଶ୍ୟକ?

ସକାଳର ଜଳଖିଆରେ ସୁସ୍ଥକର ଖାଦ୍ୟ ଖାଇପାରିବେ । ଫଳ ଏବଂ ଫାଇବରଯୁକ୍ତ ଖାଦ୍ୟକୁ ଆପଣ ନିଜ ସକାଳ ଜଳଖିଆରେ ସାମିଲ କରିପାରିବେ । ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ବ୍ୟତୀତ ଜଳଖିଆରେ ଓଟମିଲ୍, ଫଳ ଏବଂ ପନିପରିବା ସ୍ମୁଥୀ, ଅଣ୍ଡା ଏବଂ ଟୋଷ୍ଟ ଆଦି ଜିନିଷକୁ ସକାଳର ଜଳଖିଆରେ ଖାଇବା ଉଚିତ । ସକାଳର ଜଳଖିଆ ଖାଇବା ଦ୍ୱାରା ଭୋକ କମ୍ ଲାଗିଥାଏ ଏବଂ ଏହା ଅତିରିକ୍ତ ଖାଇବାରୁ ବଞ୍ଚାଇଥାଏ ଯାହା ଓଜନ ନିୟନ୍ତ୍ରଣ କରିଥାଏ । ତେଣୁ ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

Get real time updates directly on you device, subscribe now.