fbpx

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ

ଦେବାଭିଷେକ ପୂର୍ଣ୍ଣିମାରେ ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଆଜି ରାତି ୧୦ଟା ୩୭ମିନିଟରୁ ଆରମ୍ଭ ହୋଇ ୨ଟା ୪୨ ପର୍ଯ୍ୟନ୍ତ ରହିବ ଏହି ଚନ୍ଦ୍ରଗ୍ରହଣ । ଏହା ପୂର୍ଣ୍ଣଗ୍ରହଣ ନହୋଇ ଉପଛାୟା ଚନ୍ଦ୍ରଗ୍ରହଣ ହେବ । ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ କୌଣସି ନୀତିରେ ବାରଣ ନଥିବା କୁହାଯାଇଛି । ଏଥିଲାଗି ହାଣ୍ଡିଛାଡ ହେବନି କି ଦେଶନୀତି ନିଷେଧ ହେବନି ।

ଏହି ଗ୍ରହଣରେ ଚନ୍ଦ୍ରମା ମିଥୁନ ରାଶିରେ ହେବ ଓ ନକ୍ଷତ୍ର ପୂର୍ଣ୍ଣବସୁ ରହିବ । ମିଥୁନ ରାଶିର ଲୋକେ ଚନ୍ଦ୍ରଗ୍ରହଣ ସମୟରେ ସାବଧାନରେ ରହିବା ଜରୁରୀ । ତେବେ ଚନ୍ଦ୍ରଗ୍ରହଣ ସମୟରେ କିଛି ଖାସ୍ କାମ ନକରିବାକୁ କୁହାଯାଇଥାଏ । ଆସନ୍ତୁ ଜାଣିବା ସେହି କାର୍ଯ୍ୟ ସର୍ମ୍ପକରେ..

–  ଗ୍ରହଣ ସମୟରେ ଦେବପୂଜା ନିଷେଦ୍ଧ କରାଯାଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ କରାଯାଇଥାଏ । କିନ୍ତୁ ଏହି ସମୟରେ ଆପଣ ଶିବଲିଙ୍ଗର ପୂଜା କରିପାରନ୍ତି ।

–  ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ । କୁହାଯାଏ କି, ଗ୍ରହଣ ସମୟରେ କରାଯାଇଥିବା ଶୁଭ କାମର ବିପରୀତ ଫଳ ହୋଇଥାଏ ।

–  ଚନ୍ଦ୍ରଗ୍ରହଣ ସମୟରେ ପ୍ରକୃତି ଅଧିକ ସମ୍ବେଦନଶୀଳ ହୋଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଗଛ, ଫୁଲ ଓ ପତ୍ରକୁ ତୋଳିବା ବା ଓପାଡିବା କଥା ନୁହେଁ ।

–  ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ନଖ ଓ କେଶ କାଟିବାକୁ ଅଶୁଭ କୁହାଯାଏ ।

–  ଚନ୍ଦ୍ରଗ୍ରହଣ ସମୟରେ ଭୋଜନରେ ତୁଳସୀ ଜଳ ମିଶାନ୍ତୁ ଓ ପରେ ଖାଦ୍ୟ ଗ୍ରହଣ କରନ୍ତୁ ।

–  ଗ୍ରହଣ ପରେ ସ୍ନାନ କରି ସଫା ଓ ପବିତ୍ର ବସ୍ତ୍ର ପିନ୍ଧିବା ଜରୁରୀ । ଏହା ପରେ ଦାନ ଓ ପୁଣ୍ୟର କାମ କରିବା ଦରକାର ।

–  ଧାର୍ମିକ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗରୀବ ବା ଅସହାୟ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ । କାହିଁକି ନା ଏପରି କରିବା ଦ୍ୱାରା ଶନିଦେବ ରାଗିଥାନ୍ତି ।

–  ଜ୍ୟୋତିଷ୍ୟ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳା ଗ୍ରହଣର ଛାୟାଠାରୁ ଦୂରେଇ ରହିବା ଭଲ । ଗ୍ରହଣର ଛାୟା ଗର୍ଭରେ ଥିଲା ଶିଶୁକୁ କ୍ଷତି ପହଞ୍ଚାଇଥାଏ ।

Get real time updates directly on you device, subscribe now.