fbpx

(Video) ଏ ସମୁଦ୍ର ମୋର କଣ ଟା କରିବ… ପୁରୀ ସମୁଦ୍ରରୁ ଉଦ୍ଧାର ହେବା ପରେ ରଜା ଠାଣୀରେ ଆସୁଛନ୍ତି ବ୍ୟକ୍ତି

Advertisement

ପୁରୀ: ବର୍ତ୍ତମାନ ସମୟରେ ଅଶାନ୍ତ ହୋଇଛି ସମୁଦ୍ର । ଭୟଙ୍କର ଗର୍ଜନ ସାଙ୍ଗକୁ ମଣିଷଙ୍କୁ ବି ଟାରି ନେଉଥିବା ଦେଖିବାକୁ ମିଳିଛି । ତେବେ ପୁରୀ ସମୁଦ୍ରରେ ଘଟିଯାଇଛି ଏଭଳି ଏକ ଘଟରା । ଜଣେ ବ୍ୟକ୍ତିଙ୍କୁ ସମୁଦ୍ର ଟାଣି ନେଇଥିବା ବେଳେ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଛନ୍ତି । ତେବେ ନୂଆ ଜୀବନ ପାଇ କୂଳକୁ ପେରିବା ପରେ ତାଙ୍କର ରୋବାବ୍ ଖୁବ ଅଲଗା ଥିଲା । ରାଜକୀୟ ଠାଣୀରେ ସେ ସମୁଦ୍ରକୂଳରେ ବୁଲୁଥିବା ଦେଖାଯାଇଛି ।

ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ଉଦ୍ଧାର ହୋଇ ବ୍ୟକ୍ତିଙ୍କ ମନରେ ରହିଛି କିଛି ଅଦ୍ଭୁତ ଅନୁଭବ । ‘ଏ ସମୁଦ୍ର ମୋର କିଛି ବି କରିପାରିବନି । ସମୁଦ୍ର ମେତେ ଟାଣିନେଇଥିଲା କିନ୍ତୁ ମୁଁ ସମୁଦ୍ରକୁ ହରାଇଦେଇଛି । ସମୁଦ୍ରରେ ମୁଁ ମୋ ନିଜକୁ ବଂଚାଇଦେଇଛି ।’ ଛତିଶଗଡ଼ ରାଇପୁରର ରୁକୁମ କୁମାର । ପୁରୀ ଆସି ସକାଳୁ ମହାପ୍ରଭୁଙ୍କ ଦର୍ଶକ କରିବା ପରେ ସମୁଦ୍ର କୂଳକୁ ଯାଇଥିଲେ । ଆଉ ସେଠାରେ ସମୁଦ୍ରରେ ବେଶ ଖୁସିରେ ସ୍ନାନ କରୁଥିଲେ । ଗାଧୋଉଥିବା ବେଳେ ହଠାତ୍ ଏକ ବଡ଼ ଲହଡି ମାଡ଼ି ଆସିଥିଲା । ଆଉ ସେହି ଲହଡିରେ ଭାସିଗଲେ ୪୨ ବର୍ଷୀୟ ଜଣେ ବ୍ୟକ୍ତି । ଟିକେ ଦେଖନ୍ତୁ ଏ ସମୁଦ୍ର ମଝିରେ କେମିତି ଜଣେ ବ୍ୟକ୍ତି ଭାସୁଛନ୍ତି ।

ଆଉ ପାଣିରେ ନିଜ ଜୀବନକୁ ବଂଚାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେହି ସମୁଦ୍ରରୁ ମୁଁ ମୋ ଜୀବନକୁ ବଂଚାଇଦେଇଛି । ସମୁଦ୍ର ଭିତରେ କିଛି ସମୟ ଜୀବନ ସହ ସଂଘର୍ଷ କରୁଥିଲେ । ବହୁ ସମୟ ସଂର୍ଘଷ ପରେ ସମୁଦ୍ର ପାଣିରୁ ଉଦ୍ଧାର ହୋଇଥିଲେ । ଆଉ ସମୁଦ୍ର ଭିତରେ ଏତେ ସମୟ ପରେ ବି ତାଙ୍କର ଜୀବନ ବଂଚିଗଲା । ଆଉ ଜଣେ ବ୍ୟକ୍ତି ଭାସିଯାଉଥିବା ଦେଖି ସଙ୍ଗେ ସଙ୍ଗେ ଲାଇଫ ଗାର୍ଡ ତାଙ୍କୁ ଉଦ୍ଧାରେ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ବ୍ୟକ୍ତିଙ୍କୁ ଉଦ୍ଧାର କରି ସମୁଦ୍ରରୁ ଉପରକୁ ଆଣିଥିଲେ । ଏହା ପରେ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲ ରେ ଭର୍ତି କରିଥିଲେ ।

Get real time updates directly on you device, subscribe now.