fbpx

ହ୍ୱାଟସଆପ୍ ବନ୍ଦ କଲା ୨୨ ଲକ୍ଷ ଆକାଉଣ୍ଟ୍, ୟୁଜର୍ସ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ: ଇଷ୍ଟେଣ୍ଟ୍ ମେସେଜିଂ ଆପ୍ ପୁଣିଥରେ ଚର୍ଚ୍ଚାକୁ ଆସିଛି । ହେଲେ ଚର୍ଚ୍ଚାର କାରଣ କୌଣସି ନୁତନ ଫିଚର୍ ନୁହେଁ ବରଂ ଏକ କାର୍ଯ୍ୟାନୁଷ୍ଠାନ । ହ୍ୱାଟସଆପ୍ ପକ୍ଷରୁ ନିକଟରେ ୨୨ ଲକ୍ଷରୁ ଅଧିକ ୟୁଜର୍ସଙ୍କ ଆକାଉଣ୍ଟ ବ୍ୟାନ୍ କରିଛି । କମ୍ପାନୀ ପକ୍ଷରୁ ମାସିକ ରିପୋର୍ଟରେ ଏନେଇ ଖୁଲାସା କରାଯାଇଛି । ଏହି ଆକାଉଣ୍ଟ୍ ସବୁ କମ୍ପାନୀର ନିୟମ ଉଲଂଘନ କରିଥିବାରୁ ବ୍ୟାନ୍ କରାଯାଇଛି । ତେବେ ଚାଲନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣଙ୍କ ଆକାଉଣ୍ଟ୍ ବ୍ୟାନ୍ ହେବାରୁ ବଞ୍ଚିତ ରହିବ ।

ହ୍ୱାଟସଆପ୍ ନିଜର ୟୁଜର୍ସ ଙ୍କ ସୁରକ୍ଷା ଓ ଗୋପନୀୟତାକୁ ଧ୍ୟାନରେ ରଖି ଏହି ୨୨ ଲକ୍ଷ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି । ସେମାନେ ନିୟମ ଉଲଂଘନ କରିଛନ୍ତି । ହ୍ୱାଟସଆପ୍ ର ୟୁଜର୍ସ ସେଫ୍ଟି ରିପୋର୍ଟରୁ ଜଣାପଡ଼ିଛି ମୋଟ ବ୍ୟାନ୍ କରାଯାଇଥିବା ଆକାଉଣ୍ଟ୍ ସଂଖ୍ୟା ହେଉଛି ୨୨ ଲକ୍ଷ ୯ ହଜାର । ହ୍ୱାଟସଆପ୍ କମ୍ପାନୀ କହିଛନ୍ତି ଯେ, ଏହି ୟୁଜର୍ ସେଫ୍ଟି ରିପୋର୍ଟରେ ୟୁଜର୍ସ ଙ୍କ ତରଫରୁ ମିଳିଥିବା ଅଭିଯୋଗ ଏବଂ ତା ଉପରେ କରାଯାଇଥିବା ତଦନ୍ତ କରିବା ସହିତ ଫ୍ଲାଟଫର୍ମର ଦୁରୂପଯୋଗ କରିବାରୁ ରୋକିବା ପାଇଁ ହ୍ୱାଟସଆପ୍ ଏହିୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ହ୍ୱାଟସଆପ୍ ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଇଛି ଯେ, ଆକାଉଣ୍ଟ ସପୋର୍ଟ, ବ୍ୟାନ୍ ଅପିଲ୍, ଅନ୍ୟ ସପୋର୍ଟ , ପ୍ରାଇଭେଟ୍ ସପୋର୍ଟ ଏବଂ ସେଫ୍ଟି କାଟାଗୋରୀରେ ୫୬୦ ୟୁଜର୍ ଜେନେରେଟେଡ୍ ଅଭିଯୋଗ ରିପୋର୍ଟ ମିଳିଛି । ଆକାଉଣ୍ଟ ସପୋର୍ଟ(୧୨୧), ବ୍ୟାନ୍ ଅପିଲ୍(୩୦୯), ଅନ୍ୟ ସପୋର୍ଟ , ପ୍ରାଇଭେଟ୍ ସପୋର୍ଟ(୪୯ ପ୍ରତ୍ୟେକରୁ), ସେଫ୍ଟି(୩୨) ।

Get real time updates directly on you device, subscribe now.