fbpx

WhatsApp ଆଣିଲା ଧମାକାଦାର ଫିଚର୍: Voice Message ପାଇଁ ଜାରି ହେବ ନୂଆ ଷ୍ଟାଇଲ… ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ ବର୍ତ୍ତମାନ ଏକ ନୂଆ ରୂପରେ ଆସିବାକୁ ଯାଉଛି । ୟୁଜର୍ସମାନଙ୍କୁ ନୂଆ ନୂଆ ଏକ୍ସପେରିଏନ୍ସ ଦେବା ପାଇଁ ହ୍ୱାଟ୍ସଆପ୍ ଲଗାତାର ନିଜର ଲୁକ ଏବଂ ଫିଚରରେ ପରିବର୍ତ୍ତନ ଆଣୁଛି । ପ୍ରତି ଅପଡେଟରେ ୟୁଜରଙ୍କ ପାଇଁ ନୂଆ ନୂଆ ଫିଚର ଦେଉଛି ଏହି ମେସେଜିଙ୍ଗ ଆପ୍ । ବର୍ତ୍ତମାନ ସେହିଭଳି ଏକ ଧମାକାଦାର ଫିଚର୍ ନେଇ ଆସିଛି ହ୍ୱାଟ୍ସଆପ୍ । ୟୁଜରଙ୍କୁ ଚମକାଇ ଦେବା ଭଳି ନୂଆ ଫିଚର ଏବେ ଏହି ଆପ୍ ରେ ଯୋଡ଼ି ହେବାକୁ ଯାଉଛି ।

ରିପୋର୍ଟ ଅନୁସାରେ, ଫଟୋ ଏବଂ ଭିଡିଓ ଭଳି ବର୍ତ୍ତମାନ Voice Message ପାଇଁ ମଧ୍ୟ ‘View Once’ ଫିଚର ଲଞ୍ଚ କରିଛି ହ୍ୱାଟ୍ସଆପ୍ କମ୍ପାନୀ । ଏଥିପାଇଁ ‘View Once’ ମଧ୍ୟ ଠିକ ସେହିଭଳି କାମ କରିବ । ଆପଣ ପଠାଇଥିବା କୌଣସି ଭଏସ ମେସେଜକୁ ଥରେ ଶୁଣିବା ପରେ ଦ୍ୱିତୀୟ ଥର ଶୁଣିବାକୁ ସକ୍ଷମ ହୋଇପାରିବେ ନାହିଁ ଆପଣଙ୍କ ବନ୍ଧୁ । ଏହାକୁ ଥରେ ଶୁଣିବା ପରେ ଭଏସ ମେସେଜକୁ ପୁଣିଥରେ ଶୁଣି ହେବ ନାହିଁ କିମ୍ବା ଏହାକୁ ସେଭ୍ ମଧ୍ୟ କରିପାରିବେ ନାହିଁ । ତେବେ କେବଳ ରିସିଭର ନୁହେଁ, ଏହାକୁ ପଠାଇଥିବା ୟୁଜର ନିଜେ ମଧ୍ୟ ଏହାକୁ ଓପନ୍ କରିପାରିବେ ନାହିଁ । ତେବେ ରିସିଭର Read Receipt ଚାଲୁ ନ କରିବା ପର୍ଯ୍ୟନ୍ତ ‘View Once’ ଅଡିଓ ମେସେଜ ମଧ୍ୟ ଏକ ଲେବଲ ‘Open’ ଦେଖାଇବ ।

କିପରି ପଠାଇବେ View Once Message?

– ଏକ ପର୍ସନାଲ ଚାଟ୍ ଓପନ୍ କରନ୍ତୁ
– ମାଇକ୍ରୋଫୋନ୍ ଉପରେ ଟ୍ୟାପ୍ କରନ୍ତୁ
– ରେକର୍ଡିଙ୍ଗକୁ ଲକ୍ କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ
– ଟ୍ୟାପ୍ କରନ୍ତୁ ଏବଂ ରେକର୍ଡ ହୋଲ୍ଡ କରନ୍ତୁ
– ଥରେ Icon ଦେଖନ୍ତୁ (ଏହା ନୀଳ ଥିଲେ, ଆପଣ ଭ୍ୟୁ ୱାନ୍ସ ମୋଡରେ ରହିଛନ୍ତି)
– Send ବଟନ୍ ଟ୍ୟାପ୍ କରନ୍ତୁ ।
ସୂଚନା ଅନୁସାରେ, ୨୦୨୧ ଅଗଷ୍ଟରେ ହ୍ୱାଟ୍ସଆପ୍ ଫଟୋ ଏବଂ ଭିଡିଓ ପାଇଁ “View Once” ଫିଚର ଲଞ୍ଚ୍ କରିଥିଲା । ଏହା ୟୁଜରମାନଙ୍କୁ ସମ୍ବେଦନଶୀଳ ଫଯୋ ଏବଂ ଭିଡିଓ ପଠାଇବାକୁ ଅନୁମତି ଦେଇଥାଏ । ବର୍ତ୍ତମାନ, ହ୍ୱାଟ୍ସଆପ୍ ସେହି ଫିଚରକୁ ଭଏସ୍ ମେସେଜରେ ମଧ୍ୟ ଅନ୍ତର୍ଭୁକ୍ତ କରିଛି । ଯାହା ୟୁଜରମାନଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରକିଛି କମ୍ପାନୀ ।

Get real time updates directly on you device, subscribe now.