fbpx
BSKY
BJD MC SKY
BJD YOUTH SKY

କାମ କରୁନି Whatsapp-Instagram: ସୋସିଆଲ ମିଡିଆରେ ଅଭିଯୋଗ କଲେ କୋଟି କୋଟି ୟୁଜର

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଲୋକପ୍ରିୟ ହୋଇପାରିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ । ଅନେକ ଲୋକ ଏଥିରେ ଅଦିକାଂଶ ସମୟ ବିତାଉଛନ୍ତି । କିନ୍ତୁ ଅଚାନକ ୟୁଜରମାନଙ୍କୁ ଧୋକା ଦେଇଛି ଏହି ଦୁଇ ପ୍ଲାଟଫର୍ମ । କାଲି ରାତିରୁ ହଠାତ୍ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଡାଉନ୍ ହୋଇଯାଇଛି । ଯାହାଫଳରେ ଅନେକ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ୟୁଜର୍ସଙ୍କ ବ୍ରାଉଜର ଭର୍ସନରେ ଲଗ୍-ଇନ୍ କରିବାକୁ ନେଇ ସମସ୍ୟା ହୋଇଥିବା ବେଳେ ବର୍ତ୍ତମାନ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିଛି ।

ଅଚାନକ ବୁଧବାର ରାତିରେ ହ୍ୱାଟ୍ସଆପ୍-ଇନଷ୍ଟାଗ୍ରାମରେ ଲଗ୍ ଇନ୍ କରିବା କଷ୍ଟକର ହୋଇ ପଡ଼ିଥିଲା । ଏହାବ୍ୟତୀତ ପ୍ଲାଟଫର୍ମର ମୋବାଇଲ ଆପରେ ମଧ୍ୟ ‘ଏରର୍ ମେସେଜ’ ଦେଖିବାକୁ ମିଳିଥିଲା । ସେହିପରି ହ୍ୱାଟ୍ସଆପ୍ ମାଧ୍ୟମରେ ଅଡିଓ କଲ୍ କିମ୍ବା ଭିଡିଓ କଲ୍ ମଧ୍ୟ କରି ପାରୁନଥିବା ବେଳେ ସେମାନଙ୍କ ମେସେଜ ମଧ୍ୟ ଡେଲିଭର ହେଉନଥିଲା । ଅନ୍ୟପକ୍ଷରେ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିବା କିମ୍ବା କମେଣ୍ଟ କରିବାରେ ସକ୍ଷମ ହୋଇ ପାରୁନଥିଲେ ୟୁଜର । ତେବେ ରିପୋର୍ଟ ଅନୁସାରେ, ଏଭଳି ସମସ୍ୟା କେବଳ କିଛି ଲୋକ ନୁହେଁ, ବରଂପ୍ରାୟ ୧୭୦୦୦ରୁ ଅଧିକ ୟୁଜର ଏ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ଭାରତରେ ପ୍ରାୟ ୩୦ ହଜାରରୁ ଅଧିକ ୟୁଜର ଏଥିରେ ପ୍ରଭାବିତ ହୋଇଥିବା ବେଳେ ବ୍ରିଟେନରେ ୬୭ ହଜାର ଏବଂ ବ୍ରାଜିଲରେ ସର୍ବାଧିକ ୯୭ ହଜାରରୁ ଅଧିକ ସୋସିଆଲ ମିଡିଆ ୟୁଜର ହ୍ୱାଟ୍ସଆପ୍-ଇନଷ୍ଟା ଡାଉନ୍ ହେବାରୁ ପ୍ରଭାବିତ ହୋଇଛନ୍ତି ।

ମେସେଜେିଂ ଆପ୍ ଟ୍ୱିଟରରେ ପୋଷ୍ଟ କରି ହ୍ୱାଟସଆପ୍ ତରଫରୁ କୁହାଯାଇଛି ଯେ, କିଛି ଲୋକଙ୍କୁ ବର୍ତ୍ତମାନ ପ୍ଲାଟଫର୍ମ ବ୍ୟବହାର କରିବାରେ ସମସ୍ୟା ହେଉଥିବା ଆମେ ଜାଣିଛୁ । ତେବେ ଖୁବଶୀଘ୍ର ଏହାକୁ ସୁଧାରିବା ପାଇଁ ପ୍ରୟାସ କରାଯାଉଛି, ଯାହାଦ୍ୱାରା ୟୁଜର୍ସମାନେ ପୂର୍ବ ପରି ଏହାକୁ ବ୍ୟବହାର କରିପାରିବେ । ତେବେ ଏହି ପ୍ରତିଶ୍ରୁତି ଅନୁସାରେ, କିଛି ସମୟ ପରେ ସ୍ୱାଭାବିକ ଭାବରେ ଉଭୟ ପ୍ଲାଟଫର୍ମ ବ୍ୟବହାର କରାଯାଇ ପାରୁଛି ।

Get real time updates directly on you device, subscribe now.