fbpx

ଏବେ ହ୍ୱାଟସଆପରେ ଆସିଲା ଜବରଦସ୍ତ ଫିଚର, ଚାଟିଂ ସମୟରେ ପଠାଇ ପାରିବେ ନିଜର ଆନିମେଟେଡ୍ ଅବତାର

ନୂଆଦିଲ୍ଲୀ: ହ୍ୱାଟସଆପ ଏବେ ୟୁଜରଙ୍କୁ ଏକ ଲାଟେଷ୍ଟ ଫିଚର ଆନିମେଟେଡ୍ ଅବତାର ପ୍ୟାକ ପ୍ରଦାନ କରିଛି । ଏହାଦ୍ୱାରା ୟୁଜର ଚାଟିଂ ସମୟରେ ଆନିମେଟେଡ୍ ଅବତାରର ଉପଯୋଗ କରିପାରିବେ । ଏହି ଲାଟେଷ୍ଟ ଅପଡେଟ୍ ବିଷୟରେ Wabetainfo ସୂଚନା ସେୟାର କରିଛି ଯାହା ହ୍ୱାଟସଆପର ଅପକମିଂ ଫିଚରକୁ ଟ୍ରାକ କରିଥାଏ । ଏହାଦ୍ୱାରା ୟୁଜରର ଚାଟିଂ ଅନୁଭୂତି ଭଲ ରହିବ ।
ଏହି ଲାଟେଷ୍ଟ ଫିଚରର ନାମ ଆନିମେଟେଡ୍ ଅବତାର ପ୍ୟାକ ଯେଉଁଥିରେ ୟୁଜର୍ସ ଚାଟିଂ ସମୟରେ ଆନିମେଟେଡ୍ ଅବତାରର ବ୍ୟବହାର କରିପାରିବ । ହ୍ୱାଟସଆପର ଏହି ଫିଚର କରେଣ୍ଟ ଅବତାର ପ୍ୟାକରେ ଉପଯୋଗ କରିବାକୁ ମିଳିବ ।

ଏହି ଫିଚର ଏବେ  WhatsApp beta ଆଣ୍ଡ୍ରଏଡ୍ ୨.୨୩.୧୬.୧୨ ଭର୍ସନରେ ଉପଲବ୍ଧ । ଏବେ ଏହି ଫିଚର କିଛି ୟୁଜର୍ସଙ୍କ ଲାଗି ଜାରି କରାଯାଇଛି । ଏହି ଲାଟେଷ୍ଟ ଫିଚର ଲାଗି ବିଟା ୟୁଜର୍ସଙ୍କୁ ଗୁଗୁଲ ପ୍ଲେ ଷ୍ଟୋରର ଲାଟେଷ୍ଟ ବୀଟା ଭର୍ସନକୁ ଅପଡେଟ୍ କରିବାକୁ ହେବ ।
ତେବେ Wabetainfo ଏକ ଆନିମେଟେଡ୍ ଇମେଜ୍ ସେୟାର କରିଛି ଯେଉଁଥିରେ ଅବତାର ଭର୍ସନକୁ ଦେଖାଯାଇଛି । କାହା ସହିତ ବି ଚାଟିଂ ସମୟରେ ୟୁଜର୍ସ ପ୍ରସ୍ତୁତ କରିଥିବା ନିଜର ଆନିମେଟେଡ୍ ଅବତାରକୁ ବେଶ୍ ସହଜରେ ପଠାଇପାରିବ । ୟୁଜର୍ସଙ୍କୁ ହ୍ୱାଟସଆପର ଏହି ଫିଚର ଉପଯୋଗ କରିବା ପାଇଁ ଚାଟିଂକୁ ଯାଇ ଅବତାର ଟ୍ୟାବକୁ ଯିବାକୁ ହେବ । ଯଦି ସେଠାରେ ଅବତାର ଲାଗି କିଛି ଆନିମେଶନ ରହିଛି ତେବେ ଏହାର ଅର୍ଥ ୟୁଜର୍ସଙ୍କ ନିକଟରେ ଆନିମେଶନ ଅବତାରର ଫିଚର ଆସିଯାଇଛି ।

 

Get real time updates directly on you device, subscribe now.