fbpx
BSKY
BJD SHG SKY
BJD YOUTH SKY

ଭାରତରେ ପ୍ରଥମ: ଏଣିକି WhatsAppରେ କରିପାରିବେ ଟିକେଟ୍ ବୁକିଂ, ନନ୍ଦନକାନନରେ ଆରମ୍ଭ ହେଲା ଅତ୍ୟାଧୁନିକ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଏଣିକି ପର୍ଯ୍ୟଟକଙ୍କୁ ଆଉ ଧାଡ଼ିରେ ଛିଡ଼ା ହୋଇ ଟିକେଟ କାଟିବାକୁ ପଡ଼ିବ ନାହିଁ । ଏଣିକି ପର୍ଯ୍ୟଟକମାନେ ଘରେ ବସି ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।

ସୂଚନା ମୁତାବକ, ନନ୍ଦନକାନନରେ ଏଣିକି ପର୍ଯ୍ୟଟକମାନେ ହ୍ୱାଟସଆପ ମାଧ୍ୟମରେ ଅନଲାଇନରେ ଟିକେଟ ବୁକିଂ କରିପାରିବେ । ସେଥିପାଇଁ ନମ୍ବର ‘୭୬୭୧୮୪୪୮୫୬’ ଜାରି କରାଯାଇଛି । ତିନୋଟି ଭାଷାରେ ଆପଣ ହ୍ୱାଟସଅପରେ ଟିକେଟ ବୁକିଂ କରିପାରିବେ । ସେହି ଟିକେଟର ଅବଧି ଗୋଟିଏ ଦିନ ପାଇଁ ବୈଧ ରହିବ । ଭାରତରେ ପ୍ରଥମ ଥର ଥର ପାଇଁ ଏହି ଅତ୍ୟାଧୁନିକ ସେବା ଆରମ୍ଭ କରାଯାଇଛି ।

ପର୍ଯ୍ୟଟକମାନେ ହ୍ୱାଟସଆପରେ ‘ହାଏ’ ମେସେଜ କଲେ ୩ଟି ଭାଷା ଓଡ଼ିଆ, ଇଂରାଜୀ ଓ ହିନ୍ଦି ଆପଣଙ୍କୁ ଅପ୍ସନ ମିଳିବ । ଭାଷା ଚୟନ କରିବା ପରେ ଆପଣଙ୍କ ନିକଟକୁ ଟିକେଟ ଦାମ୍ ଆସିବ । ଏହାପରେ ଏକ ଫୋନ୍ ପେ’ ଲିଙ୍କ ଆପଣଙ୍କ ନିକଟକୁ ଆସିବା ପରେ ଆପଣ ଟଙ୍କା ପେମେଣ୍ଟ କରିପାରିବେ । ଏଥିସହିତ ନନ୍ଦନକାନନ ଟିକେଟ କାଉଣ୍ଟର ନିକଟରେ ଲଗାଯାଇଥିବା ବାରକୋଡକୁ ଆପଣ ହ୍ୱାଟସଆପ ଅନ୍ କରି ମୋବାଇଲ କ୍ୟାମେରାରେ ସ୍କାନ କରି ଫୋନ ପେ’, ଗୁଗଲ ପେ’, ପେଟିଏମ ମାଧ୍ୟମରେ ପେମେଣ୍ଟ କରିପାରିବେ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହି ଟିକେଟ ବୁକିଂ ସେବାକୁ ଉଦଘାଟନ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ପର୍ଯ୍ୟଟକ ଏହି ପ୍ରକ୍ରିୟାରେ ଟିକେଟ ବୁକିଂ କରିସାରିଛନ୍ତି ।

Get real time updates directly on you device, subscribe now.