fbpx
BJD
BJD SKY
BJD SKY

History of Kiss: ବିଶ୍ୱରେ ସର୍ବପ୍ରଥମେ ଚୁମ୍ବନ ଦେବା କେବେ ଆରମ୍ଭ ହୋଇଥିଲା, କାହିଁକି ଆରମ୍ଭ ହୋଇଥିଲା

BJD

ନୂଆଦିଲ୍ଲୀ: ନିକଟରେ ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେପି ଅଫିସ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କାର୍ଯ୍ୟକର୍ତ୍ତାଙ୍କ ଆଡ଼କୁ ଶୂନ୍ୟରେ ଚୁମ୍ବନ ବା କିସ୍ ପ୍ରଦାନ କରିଥିଲେ । ତେଣୁ ବର୍ତ୍ତମାନ ସମୟରେ ଚୁମ୍ବନ ଚର୍ଚ୍ଚାରେ ରହିଛି । ସ୍ନେହ, ରୋମାନ୍ସ ଓ ଭଲପାଇବାର ପ୍ରତୀକ ଚୁମ୍ବନର ଇତିହାସ ବିଷୟରେ ଅନେକ ହୁଏତ ଜାଣି ନଥିବେ । ଏ ବାବଦରେ ମାନବ ବିଜ୍ଞାନୀମାନେ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି ।

ତେବେ ବିଶ୍ୱରେ ପ୍ରଥମେ କିସ କେବେ ଆରମ୍ଭ ହୋଇଥିଲା, କାହିଁକି ଆରମ୍ଭ ହୋଇଥିଲା, କିଏ କାହାକୁ ଓ କାହିଁକି ଦେଇଥିଲା ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ୱାଭାବିକ । ମୁହଁରେ ଖାଦ୍ୟ ଦେବା ସମୟରେ କିସ୍ ଆରମ୍ଭ ହୋଇଥିବା ଅନେକ ମତ ଦେଉଛନ୍ତି । ପୂରାତନ ସମୟରେ ମାଆମାନେ ସେମାନଙ୍କର ଛୁଆକୁ ମୁହଁରେ ଖାଦ୍ୟ ଖୁଆଉଥିବେ । ପ୍ରଥମେ ଏହା ପଶୁଙ୍କଠାରେ ଓ ପରେ ମଣିଷ କ୍ଷେତ୍ରରେ ହୋଇଥିବାର ଅନୁମାନ କରାଯାଉଛି ।

ବର୍ତ୍ତମାନ ସିମ୍ପାଜୀମାନେ ସେମାନଙ୍କର ଛୁଆମାନଙ୍କୁ ସ୍ନେହରେ ଚୁମ୍ବନ ଦେଉଥିବାର ଦେଖାଯାଉଛି । ତେଣୁ ଆମର ପୂର୍ବଜମାନେ ମଧ୍ୟ ଦେଖାଶିଖା ଭାବେ ଚୁମ୍ବନ ନେଣଦେଣ ଶିଖି ଥାଇପାରନ୍ତି । ଟେକ୍ସାସ ଏ ଆଣ୍ଡ ଏମ ୟୁନିଭରସିଟି ପକ୍ଷରୁ ଏ ବାବଦରେ ଏକ ରିସର୍ଚ୍ଚ କରାଯାଇଥିଲା । ଉକ୍ତ କ୍ଲେମ ମୁତାବକ, ପ୍ରଥମେ ଜଣେ ଅନ୍ୟ ଜଣଙ୍କୁ ଶୁଙ୍ଘିଥିବ । କାରଣ ପ୍ରାଚୀନ କାଳରେ ପରସ୍ପରକୁ ଶୁଙ୍ଘିବା ଚଳଣି ରହିଥିଲା । ଶୁଙ୍ଘିବାକୁ ଅନେକ ସମାଜରେ ଏକପ୍ରକାରର ଅଭିବାଦନ ଭାବେ ଗ୍ରହଣ କରାଯାଉଥିଲା । ତେବେ ଶୁଙ୍ଘିବା ପରେ କୌଣସି ଯୋଡ଼ି ଚୁମ୍ବନ ଦେଇଥିବେ । ଚୁମ୍ବନର ଶୁଭାରମ୍ଭ ଆମ ଦେଶରେ ଏଭଳି ଭାବେ ହୋଇଥିବା କୁହାଯାଉଛି । ପ୍ରାଚୀନ ଗ୍ରୀକମାନେ ଭାରତ ଆସିଥିଲେ ଓ ଫେରିବା ସମୟରେ ସାଙ୍ଗରେ ଚୁମ୍ବନ କନସେପ୍ଟ ନେଇକରି ଯାଇଥିବା କୁହାଯାଉଛି । ଏହାପରେ ସାରା ଦୁନିଆରେ ଚୁମ୍ବନ ଦେବାନେବା ବ୍ୟାପି ଯାଇଥିଲା ବୋଲି କୁହାଯାଉଛି ।

ତେବେ ଚୁମ୍ବନକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ରୋମାଣ୍ଟିକ ଛବି ସୃଷ୍ଟି ହୋଇଥାଏ । ଆମେ ଚୁମ୍ବନକୁ ରୋମାଣ୍ଟିକ ସହିତ ଯେଉଁ ଅନୁପାତରେ ଯୋଡ଼ୁଛେ, ବାସ୍ତବରେ ତାହା ସେତେ ରୋମାଣ୍ଟିକ ନୁହେଁ । କିଛି ବର୍ଷ ତଳେ ଆମେରିକାର ମାନବ ବିଜ୍ଞାନୀ ସଂଘ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ସେଥିରେ ବିଶ୍ୱର ବିଭିନ୍ନ ସ୍ଥାନର ୧୬୮ଟି ସଂସ୍କୃତିକୁ ସାମିଲ କରାଯାଇଥିଲା । କେବଳ ୪୬ ପ୍ରତିଶତ ଲୋକ ହିଁ ଚୁମ୍ବନକୁ ରୋମାନ୍ସ ସହିତ ଯୋଡ଼ୁଥିବା ଜଣାପଡ଼ିଥିଲା ।

ଚୁମ୍ବନ ଦ୍ୱାରା ବିମାରୀ ବ୍ୟାପୁଥିବା ନେଇ ସୋମାଲିଆ ପରି କିଛି ଦେଶରେ ଏହାକୁ ଖରାପ ଭାବେ ଗ୍ରହଣ କରାଯାଇଥିଲା । ଏପରି ସମୟ ଥିଲା, ଆମେରିକାରେ ସାର୍ବଜନିକ ସ୍ଥାନରେ କିସ କରିବାକୁ ଅଶିଷ୍ଟତା ଭାବେ ଗ୍ରହଣ କରାଯାଉଥିଲା । ପ୍ରଥମ ବିଶ୍ୱ ଯୁଦ୍ଧ ପରେ ଆମେରିକାର ସେ ସମୟର ରାଷ୍ଟ୍ରପତି କେଲଭିନ କୁଲିଜ ଏହାକୁ ଖରାପ ଆଚରଣ ଲିଷ୍ଟରେ ରଖିଥିଲେ । ଏପରିକି ଶିଷ୍ଟାଚାର ଶିଖାଉଥିବା ଜଣେ ଲେଖିକା ନିଜ ପ୍ରତିକାରେ ଏହାକୁ ପ୍ରକାଶ କରିଥିଲେ ।

୧୭ତମ ଶତାବ୍ଦୀରେ ବିଶ୍ୱର ଅନେକ ଲୋକ ପ୍ଲେଗ ରୋଗରେ ମୃତ୍ୟୁବରଣ କରୁଥିବା ବେଳେ ଏହାକୁ ବ୍ରିଟେନ ସମେତ କିଛି ଦେଶରେ ବ୍ୟାନ କରାଯାଇଥିଲା । ଏହାକୁ ମାନୁନଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିଲା । ଓଠରେ ଚୁମ୍ବନ କରିବା ଦ୍ୱାରା ଯୌନ ରୋଗ ବ୍ୟାପିବା ଆଶଙ୍କାରେ ରୋମରେ ଏହା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା ।

Get real time updates directly on you device, subscribe now.