fbpx

କାଲି ରକ୍ଷାବନ୍ଧନ, ରାକ୍ଷୀ ବାନ୍ଧିବା ପାଇଁ ଶୁଭ ମୁହୂର୍ତ୍ତ କେତେବେଳେ? ମାତ୍ର ଏତିକି ସମୟ ରହିବ ଶୁଭ

ଓଡ଼ିଶା ଭାସ୍କର: ଆସନ୍ତାକାଲି ସାରା ଭାରତରେ ପାଳନ କରାଯିବ ପବିତ୍ର ରକ୍ଷାବନ୍ଧନ । ଭାଇ-ଭଉଣୀଙ୍କ ସ୍ନେହ ଭଲପାଇବା ଏବଂ ଅତୁଟ ବନ୍ଧନର ଉତ୍ସାହ ହେଉଛି ଏହି ପର୍ବ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇଙ୍କ ମଙ୍ଗଳ କାମନା କରିବା ସହ ସାରା ଜୀବନକୁ ସୁରକ୍ଷାର ପ୍ରତିଶ୍ରୁତି ମାଗିଥାଏ ଗେହ୍ଲା ଭଉଣୀ । କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣମୀରେ ଅମଙ୍ଗଳ ରୂପୀ ଭଦ୍ରାଙ୍କ ଛାୟା ରହିବ । ଏହାଫଳରେ ଭାଇଙ୍କୁ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ଲୋକଙ୍କ ମନରେ ଅନେକ ଆଶଙ୍କା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିବା ଉଚିତ୍ ।

ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୧୯ ବିଳମ୍ବିତ ରାତି ୦୩.୦୪ ସମୟରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୯ ତାରିଖ ରାତି ୧୧.୫୫ ସମୟରେ ପୂର୍ଣ୍ଣିମା ତିଥି ସମାପନ ହେବ । ତେଣୁ ଉଦୟା ତିଥି ଅଧାରରେ ରକ୍ଷା ବନ୍ଧନ ଅଗଷ୍ଟ ୧୯ ତାରିଖ ସୋମବାର ହିଁ ପାଳନ କରାଯିବ । ରକ୍ଷାବନ୍ଧନ ଉପରେ ଭଦ୍ରାକାଳ ଅଗଷ୍ଟ ୧୯ ତାରିଖ ରାତି ୦୨.୨୧ରୁ ମଧ୍ୟାହ୍ନ ୦୧.୩୦ ପର୍ଯ୍ୟନ୍ତ ରହିବ । ରକ୍ଷାବନ୍ଧନରେ ସକାଳ ୦୯.୫୧ରୁ ୧୦.୫୩ ପର୍ଯ୍ୟନ୍ତ ଭଦ୍ରା ଲାଞ୍ଜ ରହିବ । ଏହାପରେ ୧୦.୫୩ରୁ ୧୨.୩୭ ପର୍ଯ୍ୟନ୍ତ ଭଦ୍ରାଙ୍କ ମୁଖ ରହିବ । ମଧ୍ୟାହ୍ନ ୦୧.୩୦ ସମୟରେ ଭଦ୍ରାକାଳ ସମାପ୍ତ ହେବ । ତେବେ ରକ୍ଷାବନ୍ଧନ ଉପରେ ଏହି ଭଦ୍ରାକାଳର କୌଣସି ପ୍ରଭାବ ପଡ଼ିବ ନାହିଁ । ଚନ୍ଦ୍ରମା ମକର ରାଶିରେ ଥିବାରୁ ଭଦ୍ରାଙ୍କ ନିବାସ ପାତାଳ ଲୋକରେ ରହିବ । ତେଣୁ ପୃଥିବୀରେ ହେବାକୁ ଥିବା ଶୁଭକାର୍ଯ୍ୟରେ ବାଧା ସୃଷ୍ଟି ହେବନାହିଁ । ଅର୍ଥାତ୍ ରକ୍ଷାବନ୍ଧନରେ ଆପଣ ଯେକୌଣସି ସମୟରେ ଭାଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେ ।

ଚଳିତବର୍ଷ ରକ୍ଷାବନ୍ଧନରେ ଭାଇଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ୨ଟି ଶୁଭ ମୁହୂର୍ତ୍ତ ରହିଛି । ପ୍ରଥମ ମୁହୂର୍ତ୍ତ ଅପରାହ୍ନ ଏବଂ ଦ୍ୱିତୀୟ ମୁହୂର୍ତ୍ତ ସନ୍ଧ୍ୟା ସମୟରେ ରହିଛି । ଏହି ଦୁଇଟି ଶୁଭ ମୁହୂର୍ତ୍ତ ମଧ୍ୟରୁ ଆପଣ ଯେକୌଣସି ଶୁଭ ମୁହୂର୍ତ୍ତରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେ ।

ପ୍ରଥମ ଶୁଭ ମୁହୂର୍ତ୍ତ: ରକ୍ଷାବନ୍ଧନରେ ରାକ୍ଷୀ ବାନ୍ଧିବାର ପ୍ରଥମ ଶୁଭ ମୁହୂର୍ତ୍ତ ମଧ୍ୟାହ୍ନ ୦୧.୪୬ରୁ ସନ୍ଧ୍ୟା ୦୪.୧୯ ସମୟ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ରାକ୍ଷୀ ବାନ୍ଧିବା ପାଇଁ ୨.୩୩ ଘଣ୍ଟା ସମୟ ମିଳିପାରିବ ।

ଦ୍ୱିତୀୟ ଶୁଭ ମୁହୂର୍ତ୍ତ: ଏହାବ୍ୟତୀତ ସନ୍ଧ୍ୟା ସମୟ ପ୍ରଦୋଷ କାଳରେ ମଧ୍ୟ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେ । ସନ୍ଧ୍ୟା ୦୬.୫୬ରୁ ରାତି ୦୯.୫୭ ପର୍ଯ୍ୟନ୍ତ ପ୍ରଦୋଷ କାଳ ରହିଛି ।

Get real time updates directly on you device, subscribe now.