fbpx
BSKY SKY
BSKY SKY

ଶୀତ ଦିନେ ସକାଳେ କେତେବେଳେ ଉଠିବା ଆବଶ୍ୟକ! ଜାଣନ୍ତୁ ଠିକ ସମୟ ଓ ପରିବର୍ତ୍ତନ ଜୀବନ ଶୈଳୀ ବିଷୟରେ

BSKY

ଓଡିଶା ଭାସ୍କର : ଶୀତ ଦିନରେ ସାଧାରଣରେ ଲୋକମାନଙ୍କୁ ସକାଳୁ ଉଠିବାକୁ ସମସ୍ୟା ହୋଇଥାଏ । ରାତିରେ ଜଲଦି ନିଦ ଆସି ନଥାଏ ଏବଂ ସକାଳୁ ଶିଘ୍ର ଉଠି ପାରନ୍ତି ନାହିଁ । ସକାଳୁ ଉଠିବାକୁ ଇଚ୍ଛା ହୋଇ ନଥାଏ । ସକାଳୁ ଡେରିରେ ଉଠିବା ଦିନ ସାରା କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ । ତେବେ ଶୀତ ଦିନେ ସକାଳୁ ଶିଘ୍ର ଉଠିବାର ସମୟ ଜାଣନ୍ତୁ । ଯଦି ଆପଣ ସକାଳୁ ଶିଘ୍ର ଉଠୁଛନ୍ତି ତେବେ ଆପଣଙ୍କର ଦିନ ସାରା ଠିକରେ ଚାଲିଥାଏ । ଆପଣଙ୍କୁ ଖୁସି ମଧ୍ୟ ଲାଗିଥାଏ । ଠିକ ସମୟରେ ଜଳଖିଆ କରିବା ଦ୍ୱାରା ଆପଣଙ୍କୁ ଦିନସାରା ଆପଣଙ୍କ ଥକାପଣ ଅନୁଭବ କରନ୍ତି ନାହିଁ । ତେବେ ଅସନ୍ତୁ ଜାଣିବା ଶିତ ଦିନରେ କେତେବେଳେ ଉଠିବା ଆବଶ୍ୟକ ।

Circadian rhythm ଏକ ଶବ୍ଧ ଯାହା ଉପଯୋଗ ଯାହା ଆପଣଙ୍କ ମତିଷ୍କକୁ ପ୍ରାକୃତିକ ନିଦ ଏବଂ ଉଠିବା ସେଟିଙ୍ଗ ପାଇଁ କରାଯାଇଥାଏ । ଏହା ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ୨୪ ଘଣ୍ଟାରେ ଦୁଇଟି ସମୟରେ ନିଦ ଆସିଥାଏ । ୧ ଟା ବେଳେ ଏବଂ ୩ଟା ବେଳେ । ରାତି ୨ ଟାରୁ ସକାଳ ୪ ଟା ମଧ୍ୟରେ । ଏହି ଭିତିରେ ବ୍ୟକ୍ତି ସବୁଠାରୁ ଅଧିକ ଗଭୀର ନିଦରେ ଶୋଇଥାନ୍ତି । ତେବେ ୪ ଟା ୫ ଟାରେ ଉଠିବା ସବୁଠାରୁ ମୁସକିଲ ହୋଇଥାଏ । ତେବେ ଶିତ ଦିନେ ସକାଳୁ ୬.୧୦ରୁ ୭.୩୦ ମଧ୍ୟରେ ଉଠିଯିବା ଠିକ ସମୟ ।

ସୂର୍ଯ୍ୟ ଉଦୟ ସହିତ ଆପଣ ଉଠିବା ଦ୍ୱାରା ଏହା ଆପଣଙ୍କ ବ୍ରେନକୁ ଠିକ ଭାବରେ ଆକ୍ଟିଭ କରିବା ସହିତ ମନକୁ ଶାନ୍ତି ଦେଇଥାଏ ।କେବଳ ଏତିକି ନୁହେଁ, ଏହା ଆପଣଙ୍କ ପ୍ରଡକ୍ଟିଭିଟି ବୃଦ୍ଧି କରିଥାଏ ଏବଂ ଆପଣଙ୍କ ଦୈନିକ କାର୍ଯ୍ୟକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ | ଏହା ବ୍ୟତୀତ ଶରୀର ସକାଳର ପ୍ରଥମ କିରଣ ସହିତ ଭିଟାମିନ୍ ଡି ପାଇଥାଏ, ଯାହା ଭଲ ହରମୋନ୍ ସ୍ୱାସ୍ଥ୍ୟ ବଜାୟ ରଖେ ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ | ଏହା ବ୍ୟତୀତ, ଶୀତଦିନେ ସକାଳୁ ଉଠିବା ଦ୍ୱାରା ଆପଣ ମଧ୍ୟ ଖୁସି ହେବେ ଏବଂ ଆପଣଙ୍କ ଦିନର କାମ ସହଜରେ ସମାପ୍ତ ହେବ | ଏହିପରି, ଶୀତଦିନେ ସକାଳୁ ଉଠିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ |

Get real time updates directly on you device, subscribe now.