fbpx

ପୁରୁଷଙ୍କ ପାଇଁ ଆଇନ୍ କାହିଁ? ପୁରୁଷଙ୍କ ପ୍ରତି ଯୌନ ଅପରାଧକୁ ଭୁଲିଗଲେ ମୋଦୀ ସରକାର

AAKASH

ନୂଆଦିଲ୍ଲୀ: ଭାରତୀୟ ଦଣ୍ଡ ସଂହିତା ଏବଂ ଅପରାଧ ସଂହିତା ସ୍ଥାନରେ କେନ୍ଦ୍ର ସରକାର ଲୋକସଭାରେ ନୂଆ ବିଲ୍ ଆଗତ କରିଛନ୍ତି । ଏହାପରେ ନୂଆ ଆଇନ ଏବଂ ଏହି ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଚର୍ଚ୍ଚା ଭିତରେ ଏକ ନୂଆ ଅଭିଯୋଗ ସାମନାକୁ ଆସିଛି । ସରକାରଙ୍କର ଏହି ବିଲରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ଅପରାଧ ବିଷୟରେ ଉଲ୍ଲେଖ ରହିଛି । କିନ୍ତୁ ପୁରୁଷଙ୍କ ବିରୋଧରେ ହେଉଥିବା ବିଭିନ୍ନ ଯୌନ ଅପରାଧ ମାମଲାକୁ ନେଇ କୌଣସି ଆଇନ ବିଷୟରେ ଉଲ୍ଲେଖ କରାଯାଇ ନାହିଁ । ଏହି ଅପରାଧ ପାଇଁ କୌଣସି ଦଣ୍ଡବିଧାନ କରାଯାଇ ନାହିଁ ବୋଲି କଥା ଉଠିଛି ।

ଆଇପିସି ଧାରା ୩୭୭ ଅନୁଯାୟୀ, ପୁରୁଷମାନେ ଯୌନ ଅପରାଧରୁ ସୁରକ୍ଷିତ । କିନ୍ତୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଆଇନରେ ପୁରୁଷଙ୍କ ସହ କରାଯାଉଥିବା ଅପ୍ରାକୃତିକ ଯୌନ ଅପରାଧ ପାଇଁ କୌଣସି ଦଣ୍ଡବିଧାନ ଉପରେ ଉଲ୍ଲେଖ କରାଯାଇ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତାବିତ ଏହି ଆଇନରେ ବଳାତ୍କାର ଭଳି ଯୌନ ଅପରାଧକୁ ସ୍ଥାନ ଦିଆଯାଇଛି । ଏହି ବିଲ୍ ରେ କୌଣସି ପୁରୁଷଙ୍କ ଦ୍ୱାରା ମହିଳା ବା ଶିଶୁଙ୍କ ବିରୋଧରେ କରାଯାଇଥିବା ଆଶାଳୀନ କାର୍ଯ୍ୟକୁ ଯୌଦ ଅପରାଧର ଅନ୍ତର୍ଭୁକ୍ତ କରାଯାଇଛି ବର୍ତ୍ତମାନର ନିୟମ ଅନୁସାରେ, ପୁରୁଷଙ୍କ ବିରୋଧରେ ଯୌନ ଅପରାଧ ମାମଲା ଧାରା ୩୭୭ ଅନ୍ତର୍ଭୁକ୍ତ ରହିଛି । ଭାରତୀୟ ଦଣ୍ଡ ସଂହିତା ବା ଆଇପିସି ଧାରା ୩୭୭ ଅନୁସାରେ, କେହି ଯଦି ନିଜ ଇଚ୍ଛାରେ କୌଣସି ପୁରୁଷ, ମହିଳା ବା ପଶୁଙ୍କ ସହ ଅପ୍ରାକୃତିକ ସମ୍ବନ୍ଧ ରଖିଥାନ୍ତି, ତେବେ ତାଙ୍କୁ କାରାଦଣ୍ଡ ହୋଇଥାଏ । ଏହି ଦଣ୍ଡାଦେଶକୁ ବୃଦ୍ଧି କରି ୧୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ କରାଯାଇପାରେ ଏବଂ ଜରିମାନା ମଧ୍ୟ ହୋଇପାରେ ।

ତେବେ ୨୦୧୮ ସେପ୍ଟେମ୍ବର ୬ ତାରିଖରେ ଆଇପିସି ଧାରା ୩୭୭କୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ । ନିଜ ଇଚ୍ଛାନୁସାରେ, ବୟସ୍କଙ୍କ ମଧ୍ୟରେ ସମଲିଙ୍ଗୀକ ସମ୍ବନ୍ଧକୁ ଅପରାଧ ତାଲିକାରୁ ହଟାଇ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ତେବେ ଅନିଚ୍ଛାରେ ପୁରୁଷଙ୍କ ବିରୋଧରେ ହେଉଥିବା ଅପ୍ରାକୃତିକ ଯୌନ ସମ୍ପର୍କ ଭଳି କାର୍ଯ୍ୟକଳାପ ଏବେ ପର୍ଯ୍ୟନ୍ତ ଧାରା ୩୭୭ ଅନୁସାରେ ଅପରାଧ ବୋଲି ବିବେଚନା କରାଯାଉଛି । କିନ୍ତୁ କେନ୍ଦ୍ରର ପ୍ରସ୍ତାବିତ ଏହି ଆଇନ୍ ରେ ଏ ନେଇ କୌଣସି ଉଲ୍ଲେଖ କରାଯାଇ ନାହିଁ ।

ସୂଚନା ଅନୁସାରେ, ପରିଚୟ ଲୁଚାଇ କୌଣସି ମହିଳାଙ୍କୁ ବିବାହ କରିବା ଏବେ ପଡ଼ିବ ମହଙ୍ଗା । ପଦୋନ୍ନତି ଏବଂ ରୋଜାଗରର ମିଛ ପ୍ରତିଶ୍ରୁତି କରି ଯୌନ ସମ୍ବନ୍ଧ ରଖିବା ମଧ୍ୟ ଏକ ବଡ଼ ଅପରାଧ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଭଳି ଅପରାଧରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଏଭଳି ଘଟଣାକୁ ରୋକିବା ପାଇଁ ପ୍ରଥମ ଥର ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ଏ ନେଇ ଶୁକ୍ରବାର ଏକ ବିଲ୍ ଆଗତ କରାଯାଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Get real time updates directly on you device, subscribe now.