fbpx

ପ୍ରଥମେ କେଉଁଠି ବ୍ୟବହାର ହୋଇଥିଲା BARCODE? କିପରି ତିଆରି ହୁଏ ବାରକୋଡ? ଜାଣନ୍ତୁ ଏହାର ଇତିହାସ

ଓଡ଼ିଶା ଭାସ୍କର: ୧୯୭୪ ମସିହା ଜୁନ୍ ୨୬ ତାରିଖ, ଆଜିକୁ ଠିକ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏକ ନୂଆ ଟେକନିକ । ପ୍ରଥମ ଥର ପାଇଁ ସ୍କାନ ହୋଇଥିଲା ୟୁନିଭର୍ସାଲ ପ୍ରଡକ୍ଟ କୋଡ୍ । ଓହିଓର ଟ୍ରାୟର ମାର୍ଶ ସୁପର ମାର୍କେଟରେ ପ୍ରଥମ ଥର ପାଇଁ ଏଭଳି କିଛି ନୂଆ ଜିନିଷ ଦେଖିଥିଲା ସାରା ଦୁନିଆ । ମାର୍କେଟରେ ମିଳୁଥିବା ଚୁଇଁଗମରେ କିଛି ଗାର ନମ୍ବରକୁ ନେଇ ଏକ ଚିତ୍ର ଅଙ୍କା ଯାଇଥିଲା, ଯାହାକୁ ସ୍କାନ କରାଯିବାକୁ ନିର୍ଦ୍ଦେଶ ଦେଇଥିଲା କମ୍ପାନୀ । ପରେ ଏହାକୁ ବାରକୋଡ ବୋଲି କୁହାଯାଇଛି । ଏହି ବାରକୋଡକୁ ସ୍କାନ କରାଯାଇ ଚୁଇଁଗମ୍ ପ୍ୟାକେଟ କିଣାଯାଇଥିଲା । ଏହିଦିନରୁ ଆରମ୍ଭ ହେଲା ରିଟେଲ ଏବଂ ସପ୍ଲାଏ ଚେନ୍ ଅଟୋମିଶନ୍ କ୍ରାନ୍ତି ।

୧୯୪୯ ମସିହାରେ ନାର୍ମନଜୋସେଫ ଉଡଲାଣ୍ଡ ଏବଂ ବର୍ଣ୍ଣାର୍ଡ ସିଲଭର ବାରକୋଡର ଆବିଷ୍କାର କରିଥିଲେ । କିନ୍ତୁ୧୯୭୩ ମସିହା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟୁନିଭର୍ସାଲ ପ୍ରଡକ୍ଟ କୋଡକୁ ସଂଯୁକ୍ତ ରାଜ୍ୟ ଆମେରିକାରେ ରିଟେଲଷ୍ଟୋରରେ ବ୍ୟବହାର କରିବା ପାଇଁ ଗ୍ରହଣ କରି ନଥିଲା ।

ବାରକୋଡ୍ କ’ଣ?

ନମ୍ବର ଏବଂ ଲାଇନକୁ ନେଇ ଗଠିତ ଏକ ଫର୍ମାଟକୁ ବାରକୋଡ କୁହାଯାଏ । ଏହାକୁ ମେସିନ ଦ୍ୱାରା ରିଡ୍ କରାଯାଏ । ମେସିନରେ ଏହି କୋଡକୁ ସ୍କାନ କରିବା ଦ୍ୱାରା ଏଥିରେ ଲୁଚି ରହିଥିବା ପ୍ରଡକ୍ଟର ସମସ୍ତ ତଥ୍ୟ ଦେଖିବାକୁ ମିଳିଥାଏ । ପ୍ରାୟତଃ ବାରକୋଡ ସମସ୍ତ ପ୍ରଡକ୍ଟରେ ଦେଖିବାକୁ ମିଳିଥାଏ । ଯେକୌଣସି ପ୍ରଡକ୍ଟରେ ଏହି କୋଡ ସ୍କାନ କରିବା ସହ ପ୍ରଡକ୍ଟ ବିଷୟରେ ସମସ୍ତ ତଥ୍ୟ ସାମନାକୁ ଆସିଥାଏ । ବ୍ୟବସାୟରେ ପ୍ରଡକ୍ଟ ଉପରେ ଥିବା ଏହି ବାରକୋଡ ଖୁବ ଗୁରୁତ୍ୱପୂର୍ଣ୍ଣ ପାଲଟିଛି । ବାରକୋଡରେ ପ୍ରଡକ୍ଟ ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଜାଣିବାକୁ ମିଳିଥାଏ ।

କିପରି ତିଆରି ହୁଏ ବାରକୋଡ?

ଘରେ ବସି କିଛି ଷ୍ଟେପ୍ସକୁ ଫଲୋ କରି ଖୁବ ସହଜରେ ବାରକୋଡ ପ୍ରସ୍ତୁତ ହୋଇପାରିବ । କେଉଁ ପ୍ରକାରର ବାରାକୋଡର ଆବଶ୍ୟକତା ରହିଛି, ଏହି ନିଷ୍ପତ୍ତି ନେଇପାରିଲେ ଏବଂ ଏଥିପାଇଁ ଡାଟା ପ୍ରସ୍ତୁତ ରଖିଲେ ବାରକୋଡ ତିଆରି କରିବା ବେଶ୍ ସହଜ ହୋଇପାରେ ।

୧- ବାରକୋଡ ତିଆରି କରିବା ପାଇଁ ପ୍ରଥମେ ବାରକୋଡ ଜେନେରେଟରର ଆବଶ୍ୟକତା ରହିଛି । ଇଣ୍ଟରନେଟରେ ଅନଲାଇନ ଜରିଆରେ ବିଭିନ୍ନ ପ୍ରକାରର ବାରକୋର୍ଡ ଜେନେରେଟ ହୋଇପାରିବ ।

୨- ଯେଉଁ ପ୍ରଡକ୍ଟ ପାଇଁ ବାରକୋଡ ତିଆରି କରିବାକୁ ଚାହୁଁଛନ୍ତି, ସେହି ଜିନିଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ । ପ୍ରଡକ୍ଟର ନାମ, ପ୍ରାଇସ ଇତ୍ୟାଦି ଡାଟା ରଖନ୍ତୁ ।

୩- ବାରକୋଡ ପାଇଁ ନିଜ ପସନ୍ଦର ଫଣ୍ଟ, ଆକାର ଏବଂ ରଙ୍ଗ ଇତ୍ୟାଦି ଚୟନ କରନ୍ତୁ ।

୪- ଟୁଲ ବାରକୋଡ ତିଆରି ହୋଇଗଲେ, ଏହା ଚେକ୍ କରିବା ପଅସେସକୁ ଆସନ୍ତୁ । ବାରକୋଡ ସ୍କାନର କିମ୍ବା ଫୋନରେ ବାରକୋଡ ପଢି ପାରୁଥିବା ଆପ୍ ସାହାଯ୍ୟରେ ଏହାକୁ ଚେକ୍ କରିପାରିବେ ।

Get real time updates directly on you device, subscribe now.