fbpx

କେଉଁଠି ଖର୍ଚ୍ଚ ହୋଇଥିଲା ୩ ଲକ୍ଷ କୋଟି, ପୁର୍ବ ସରକାରଙ୍କ ବିରୋଧରେ ତଦନ୍ତ କରିବେ ଆପ୍ ସରକାର

Advertisement

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପଞ୍ଜାବର ପୁର୍ବ ସରକାର ଉପରେ ରାଜ୍ୟକୁ ଋଣରେ ବୁଡ଼ାଇ ଦେଇଥିବା ଅଭିଯୋଗ କରିଛନ୍ତି । ଏଥି ସହିତ ଏହି ବିଷୟରେ ଯାଞ୍ଚ ହେବ ଯେ ୠଣ ହୋଇଥିବା ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି । ସେ ଆରୋପ ଲଗାଇଛନ୍ତି ଯେ ପୁର୍ବ ସରକାର ୩ ଲକ୍ଷ କୋଟି ଟଙ୍କାର ଋଣରେ ପଞ୍ଜାବକୁ ବୁଢାଇ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆମକୁ ଜଣା ଅଛି, ଯେ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି । ଏହାକୁ ପୁରୁଣା କଥା କହି ଆମେ ଯିବାକୁ ଦେବୁ ନାହିଁ ।

ଭଗବନ୍ତଙ୍କ କହିବା ମୁତାବିକ ଯେତିକି କରଜ କରାଯାଇଛି, ସେହି ଅନୁସାରେ ରାଜ୍ୟରେ ବିକାଶ କାର୍ଯ୍ୟ ହୋଇନାହିଁ । ନା ରାଜ୍ୟରେ ନୂଆ ମେଡିକାଲ ନିର୍ମାଣ ହୋଇଛି, ନା ନୂଆ କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି। ଆପ୍ ପ୍ରବକ୍ତା ମାଲବେନ୍ଦର ସିଂ କହିଛନ୍ତି, ଯେତେବେଳେ କୋଣସି ବିକାଶ କାର୍ଯ୍ୟ ହୋଇନାହିଁ । ତେବେ ଏତେ ଟଙ୍କା ଗଲା କୁଆଡ଼େ । ଏବଂ ଏହାର ଖର୍ଚ୍ଚ କେଉଁଠି ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ୨୦୦୭ ମସିହାରେ ଯେତେବେଳେ ସିରୋମଣି ଅକାଳୀ ଦଳ ବିଜେପି ସହିତ ସରକାର ଗଠନ କରିଥିଲା, ସେହି ସମୟରେ ରାଜ୍ୟର ଋଣଭାର ୫୧ ହଜାର ୧୫୩ କୋଟି ଥିଲା । ଯାହା ପୁର୍ବ ସରକାରଙ୍କଠୁ ତାଙ୍କୁ ମିଳିଥିଲା । ଏହା ପରେ ୨୦୧୭ରେ ପଞ୍ଜାବରେ ପୁଣି ଥରେ କଂଗ୍ରେସ ସରକାରକୁ ଫେରିଥିଲା । ଏହି ସମୟରେ ଅକାଳୀ ସରକାରଠୁ ୧ ଲକ୍ଷ ୮୨ ହଜାର ୧୮୩ କୋଟି ଋଣ ମିଳିଥିଲା । ତେବେ ୨୦୨୨ ବେଳକୁ ଏହି ଋଣ ବଢି ୨ ଲକ୍ଷ ୭୩ ହଜାର କୋଟିରେ ପହଁଞ୍ଚିଛି ।

ତେବେ ବର୍ତ୍ତମାନ ସିରୋମଣି ଅକାଳୀ ଦଳ ଲୋନ ଯାଞ୍ଚକୁ ସ୍ୱାଗତ କରିଛି । ଦଳ କହିଛି ଯେ ଆମେ ପଞ୍ଜାବ ସରକାରଙ୍କ ଯାଞ୍ଚ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ । ଯଦି ଏହି ଋଣର ଭୁଲ୍ ବ୍ୟବହାର ହୋଇଥାଏ, ତେବେ ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ ।

Get real time updates directly on you device, subscribe now.