fbpx

ହଠାତ ଫାଟିଲା ଟ୍ରାକ୍ଟର ଚକା: ଉଡିଗଲା ଗାଡି ଚାଳକଙ୍କ ପ୍ରାଣବାୟୁ, ଜଣେ ଗୁରୁତର

AAKASH

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଟିଯାଇଛି ଏକ ବିରାଟ ଅଘଟଣ । ଟ୍ରାକ୍ଟର ଚକା ଫାଟିଯିବାରୁ ଗାଡି ଚାଳକଙ୍କର ମୃତ୍ୟୁ ହୋଇତିବା ସୂଚନା ମିଳିଛି । ଗାଡି ମରାମତି କରୁଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଏହି ଅଘଟଣରେ ଜଣେ ପ୍ରାଣ ହରାଇତିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ, ଆନନ୍ଦପୁର ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଛକ ନିକଟରେ ଥିବା ଏକ ମୋଟର ଟାୟାର ମରାମତି ଦୋକନକୁ ଆସିଥିଲା ଗୋଟିଏ ଟ୍ରାକ୍ଟର । ଏଠାରେ ଟ୍ରାକ୍ଟର ଚକା ବଦଳାଇବା ସମୟରେ ଚକା ଫାଟିଯିବାରୁ ଘଟଣାସ୍ଥଳରେ ଡ୍ରାଇଭର ମାଧବ ଜେନା ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ଗାଡିର ମାଲିକ ସଞ୍ଜୀବ ସେଠୀ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ଉଭୟଙ୍କ ଘର ଆନନ୍ଦପୁର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଉଭୟଙ୍କୁ ସ୍ଥାନୀୟ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେଠାରେ ମାଧବଙ୍କୁ ମୃତ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.