fbpx

ଏହିସବୁ ରୋଗ ପାଇଁ ରାମବାଣ ଭଳି କାମ କରେ ଆଖୁରସ

ଖରାଦିନେ ତାତିରୁ ରକ୍ଷା ପାଇଁ ଆଖୁରସ, କାକୁଡ଼ି, ତରଭୁଜ ଏବଂ ପଇଡ଼ ଆଦି ପିଇବାକୁ ଲୋକେ ପସନ୍ଦ କରିଥାନ୍ତି। ଆଖୁରସକୁ ପିଇବାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି। ଆଖୁରସ କେବଳ ପାଟିକୁ ସୁଆଦିଆ ଲାଗେ ତାହା ନୁହେଁ ଶରୀର ପାଇଁ ମଧ୍ୟ ବେଶ୍‌ ଉପକାରୀ। ଏଥିରେ ଔଷଧୀୟ ଗୁଣ ଭରପୁର ରହିଛି। ତେବେ ଆସନ୍ତୁ ଜାଣିବା ଆଖୁରସ ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ।

ଆଖୁରସରେ ଥିବା ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଥକାପଣକୁ ଦୂର କରିଥାଏ।

ପ୍ରତିଦିନ ଆଖୁ ରସ ପିଇଲେ କୌଣସି ପ୍ରକାର ଚର୍ମ ରୋଗ ହୁଏ ନାହିଁ।

ଏଥିରେ ପୋଟାସିୟମର ମାତ୍ରା ଅଧିକ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

ଦାନ୍ତମୂଳରେ କ୍ଷୟ ହେଉଥିଲେ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଆଖୁ ରସ ପିଅନ୍ତୁ।

ଆଖୁରେ ଭିଟାମିନ୍ ସି ଥିବାରୁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ବ୍ରଣ ଦୂର କରିବାରେ ଆଖୁରସ ସହାୟକ ହୋଇଥାଏ।

ଜଣ୍ଡିସ ରୋଗୀମନେ ଆଖୁରସରେ ଲେମ୍ବୁ ଓ ଲୁଣ ମିଶାଇ ପିଅନ୍ତୁ। ଏଥିରୁ ଅନେକ ଫାଇଦା ମିଳିଥ ।

ବାନ୍ତି ହେଉଥିଲେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।

Get real time updates directly on you device, subscribe now.