fbpx

ଆୟତନରେ ଭାରତର ଏକ ରାଜ୍ୟ ସହ ସମାନ ଇସ୍ରାଏଲ, କିନ୍ତୁ ଯୁଦ୍ଧରେ ହାରିବା ତା’ର ଇତିହାସରେ ଲେଖାନାହିଁ

AAKASH

ନୂଆଦିଲ୍ଲୀ:ଇସ୍ରାଏଲ୍ -ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟାବହ ହେବାରେ ଲାଗିଛି । ଏହି ଯୁଦ୍ଧରେ ୧୨୦୦ରୁ ଅଧିକ ଲୋକ ମୃତ୍ୟୁମୁଖରେ ପଡିଥିବା ବେଳେ ଇସ୍ରାଏଲର ବହୁ ଗାଁ ଜନଶୂନ୍ୟ ହୋଇଗଲାଣି । ଏହି ଯୁଦ୍ଧରେ ଇସ୍ରାଏଲ କିନ୍ତୁ ଶପଥ ନେଇଛନ୍ତି ହମାସ ଆତଙ୍କବାଦୀ ଗ୍ରୁପକୁ ନିପାତ କରିବାକୁ ଇସ୍ରାଏଲ୍ ଗାଜାଷ୍ଟ୍ରିପକୁ ଧୂଳିସାତ କରିଦେବ । ଏହି ପରିପ୍ରେକ୍ଷୀରେ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି ଏତେ ଛୋଟ ଦେଶ ଇସ୍ରାଏଲ୍ ଏତେ ଶକ୍ତିଶାଳୀ କିପରି ହେଲା । ଇସ୍ରାଏଲରେ କେହି ଗରିବ ଲୋକ ନାହାନ୍ତି କହିଲେ ଚଳେ । ଏଠାରେ ଲୋକଙ୍କ ହାରାହାରି ଆୟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ କୌଣସି ସନ୍ଦେହ ନାହିଁ କି ଇସ୍ରାଏଲ ଏହାର ନାଗରିକଙ୍କୁ ଏକ ସୁଖଶାନ୍ତିପୂର୍ଣ୍ଣ ଜୀବନ ଜୀଇଁବାର ସମସ୍ତ ସାଧନ ଯୋଗାଇ ଦେଇ ପାରିଛି । ଏଠାରେ ଚିକିତ୍ସା କ୍ଷେତ୍ର, ଶିକ୍ଷା କ୍ଷେତ୍ର, ଗବେଷଣା, କୃଷି ଆଦି କ୍ଷେତ୍ରରେ ଜବରଦସ୍ତ ବିକାଶ ଘଟିଛି । ଗତ କିଛି ଦଶକ ମଧ୍ୟରେ ଏଠିକାର ମୁଦ୍ରା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ମଧ୍ୟରେ ସୁମାର ହୋଇପାରିଛି ।

ତେବେ ଏଠାରେ ସୂଚାଇ ଦିଆଯାଇପାରେ କି ଇସ୍ରାଏଲର କ୍ଷେତ୍ରଫଳ ମାତ୍ର ୨୧,୯୩୭ ବର୍ଗ କିଲୋମିଟର । ଭାରତର କ୍ଷେତ୍ରଫଳ ଏହାଠାରୁ ୧୫୦ ଗୁଣ ଅଧିକ । ଆମ ଦେଶର ମୋଟ କ୍ଷେତ୍ରଫଳ ୩,୨୮୭, ୨୬୩ ବର୍ଗ କିମି । ଅର୍ଥାତ୍ ଇସ୍ରାଏଲର ଆକାର ଭାରତର ୦.୬୭ ପ୍ରତିଶତ । ଭାରତର ଜନସଂଖ୍ୟା ୧୪୦ କୋଟି ପାଖାପାଖି ହୋଇଥିବା ବେଳେ ଇସ୍ରାଏଲର ଜନସଂଖ୍ୟା ମାତ୍ର ୧୨ରୁ ୧୪ କୋଟି ମଧ୍ୟରେ ରହିଛି ।
ଏବେ ଆପଣ ଜାଣିବାକୁ ଚାହିଁବେ ଭାରତର କେଉଁ ରାଜ୍ୟ ଇସ୍ରାଏଲ ସହ ସମାନ । ଏହି ରାଜ୍ୟ ହେଉଛି ମିଜୋରାମ ଯାହାର କ୍ଷେତ୍ରଫଳ ୨୧,୦୮୧ ବର୍ଗ କିମି । ଇସ୍ରାଏଲରେ କେବଳ ଇହୁଦୀମାନଙ୍କୁ ହିଁ ନାଗରିକତା ମିଳିଥାଏ ।

ଏହି ଦେଶର ଅର୍ଥବ୍ୟବସ୍ଥା ବହୁତ ମଜଭୁତ ଅଟେ । ଏଠାରେ ପ୍ରତି କର୍ମଜୀବୀ ଲୋକଙ୍କ ହାରାହାରୀ ଦରମା ୨.୬୭ ଲକ୍ଷ ଟଙ୍କା । ଏଠାରେ ପ୍ରତି ବ୍ୟକ୍ତିଙ୍କ ବାର୍ଷିକ ହାରାହାରି ଆୟ ୪୦,୦୦୦ ଆମେରିକୀୟ ଡଲାର ପାଖାପାଖି ହୋଇଥାଏ ଅନ୍ୟପକ୍ଷରେ ଭାରତରେ ଜଣେ ବ୍ୟକ୍ତିଙ୍କ ହରାହାରି ଆୟ ୩୨,୦୦୦ ଟଙ୍କା ହୋଇଥାଏ ।

ଏହି ଦେଶରେ ମୋଟ ୧୬ ସହର ରହିଛି ଯାହା ମଧ୍ୟରୁ ୧୦ ଗୋଟି ବଡ ସହର ରହିଛି । ଏଠାରେ ୬ ଜିଲ୍ଲା ରହିଥିବା ବେଳେ ୭୭ ନଗରପାଳିକା ଓ ବହୁ ଗ୍ରାମ ବି ରହିଛି । ଭାରତରେ ହାରାହାରି ଆୟୁ ୬୭.୩ ବର୍ଷ ହୋଇଥିବା ବେଳେ ଏଠାରେ ହାରାହାରି ଆୟୁ ୮୩.୩୪ ବର୍ଷ ।
ଇସ୍ରାଏଲକୁ ଷ୍ଟାର୍ଟଅପ୍ ନେସନ କୁହାଯାଏ । ଏଠାରେ ୩୦୦୦ରୁ ଅଧିକ ହାଇଟେକ୍ କମ୍ପାନୀର ଷ୍ଟାର୍ଟଅପ ରହିଛି । ଏହି ଷ୍ଟାର୍ଟଅପ୍ ଜରିଆରେ ଦେଶରେ ମୋବାଇଲ୍ ଫୋନର କିଛି ଟେକନିକ୍ ଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌ରେ ଜିପିଏସ୍‌, ତ୍ୱରିତ ସନ୍ଦେଶ, ଧ୍ୱନି ମେଲ୍‌, ଇନଜେଷ୍ଟିବଲ ଭିଡିଓ, ଆଣ୍ଟି ଭାଇରସ୍ ପରି ଟେକନିକ୍ ଆବିଷ୍କାର ହୋଇଛି ।

ଇସ୍ରାଏଲ୍ ହେଉଛି ଏକମାତ୍ର ଦେଶ ଯେଉଁଠି ମହିଳାମାନେ ସେନାରେ ଭର୍ତ୍ତି ହେବା ଅନିବାର୍ଯ୍ୟ । ଏଠିକାର ସେନାରେ ମହିଳା ଓ ପୁରୁଷଙ୍କ ସଂଖ୍ୟା ପ୍ରାୟ ସମାନ ରହିଛି । ଏହି ଦେଶ ସୁରକ୍ଷା ଲାଗିି ନିଜର ସେନା ଓ ଅସ୍ତ୍ରଶସ୍ତ୍ରକୁ ନିୟମିତ ବିକଶିତ କରିଥାଏ । ଆମେରିକା ଓ ରୁଷ ପରେ ଏହି ଦେଶ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥାଏ । ଏହାର ବାୟୁସେନା ଦୁନିଆର ୪ର୍ଥ ବଡ ବାୟୁସେନା ଭାବରେ ପରିଚିତ । ଯୁଦ୍ଧରେ କେବେ ବି ଇସ୍ରାଏଲ ହାର ମାନିବାର ଦେଖାଯାଇନାହିଁ ।

Get real time updates directly on you device, subscribe now.