fbpx

ଆଇପିଏଲ କ୍ୱାଲିଫାୟର-୧ ଲଢ଼େଇ: ବର୍ଷା ପାଇଁ ମ୍ୟାଚ ବାତିଲ ହେଲେ କେଉଁ ଟିମ୍ କଟିବ?

Advertisement

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୪ରେ ଆଜି କ୍ୱାଲିଫାୟର-୧ ମୁକାବିଲା ହେବ । କୋଲକତା ନାଇଟ୍ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ମଧ୍ୟରେ କଡ଼ା ଟକ୍କର ହେବ । ତେବେ ଲଢ଼େଇ ପାଇଁ ଦୁଇ ଟିମ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ବେଳେ ବର୍ଷାକୁ ନେଇ ଚିନ୍ତା ବଢ଼ିଯାଇଛି । କାରଣ ନିକଟରେ ବର୍ଷା ପାଇଁ କିଛି ଟିମ୍ ପ୍ଲେଅଫରୁ ବିଦାୟ ନେଇଥିବା ବେଳେ ଆଉ କିଛି ଟିମର ମୁସ୍କିଲ ବଢ଼ିଯାଇଥିଲା । ତେଣୁ ଏପରି ସ୍ଥିତିରେ ବର୍ଷା ହେଲେ କ’ଣ ହେବ, କେଉଁ ଟିମକୁ ଫାଇଦା ମିଳିବ, କେଉଁ ଟିମ୍ କଟିବ ଏପରି ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି ।

ଆଜିର କ୍ୱାଲିଫାୟର-୧ ମୁକାବିଲାରେ ଯଦି ବର୍ଷା ହୁଏ ଏଭଳି ସ୍ଥିତିରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିୟମକୁ ଫଲୋ କରାଯିବ । ନିକଟରେ ବର୍ଷା ଅନେକ ଟିମଙ୍କ ଚିନ୍ତା ବଢ଼ାଇ ଦେଇଥିବାରୁ ଆଜି ବର୍ଷାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ବର୍ଷା ନହେଉ ବୋଲି ଅଧିକାଂଶ ଟିମ୍ ଓ ପ୍ରଶଂସକ ଚାହିଁବେ । ସେଥିପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ବର୍ଷା ହୁଏ ସେଥିପାଇଁ ୨ ଘଣ୍ଟାର ଅତିରିକ୍ତ ସମୟ ରଖାଯାଇଛି । ଯଦି ଏହି ଦୁଇ ଘଣ୍ଟା ମଧ୍ୟରେ ମ୍ୟାଚ ଖେଳାଯିବା ସମ୍ଭବ ନହୁଏ ତେବେ ରିଜର୍ଭ ଡେ’ରେ ଖେଳାଯିବ । ସେହିପରି ଯଦି ରିଜର୍ଭ ଡେ’ରେ ମ୍ୟାଚ ଖେଳିବା ସମ୍ଭବ ନ ହୁଏ, ତେବେ ପଏଣ୍ଟସ ଟେବୁଲ ଉପରେ ନଜର ପକାଯିବ । ଅର୍ଥାତ ଦୁଇ ଟିମଙ୍କ ମଧ୍ୟରୁ ଯେଉଁ ଟିମ୍ ଟେବୁଲ ଉପରେ ରହିଥିବ, ସେ ଆଗକୁ ବଢ଼ିବ । ଏହାର ଅର୍ଥ ହେଉଛି, ଯଦି ବର୍ଷା ପାଇଁ କ୍ୱାଲିଫାୟର-୧ ମ୍ୟାଚ ବାଧାପ୍ରାପ୍ତ ହୁଏ, ତେବେ ପଏଣ୍ଟସ ଟେବୁଲ ଟପରେ ରହିଥିବା କୋଲକତାକୁ ଫାଇନାଲ ଟିକେଟ ମିଳିଯିବ ।

ତେବେ ଏହି ପ୍ରଶ୍ନ ଚର୍ଚ୍ଚା ମଧ୍ୟରେ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଏହା ନିଶ୍ଚିତ ଭାବେ ଦୁଇ ଟିମଙ୍କୁ ଖୁସି ଦେବ । ମେ ୨୧ରେ ବର୍ଷା ହେବାର ସମ୍ଭାବନା ନାହିଁ କହିଲେ ଚଳେ । ଆଜି ଅହମଦାବାଦରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ସେଠାରେ ବର୍ଷା ହେବ ନାହିଁ ବୋଲି ଏକ ରିପୋର୍ଟ ଆସିଛି । ତେଣୁ ଆଜିର ମ୍ୟାଚକୁ ଦର୍ଶକ ମନଭଳି ଉପଭୋଗ କରିପାରିବେ ବୋଲି ଆଶା କରାଯାଉଛି । କେଉଁ ଟିମ୍ କଟୁଛି ଆଉ କେଉଁ ଟିମ୍ ଆଗକୁ ବଢ଼ୁଛି ତାହା ଦେଖିବାକୁ ସମସ୍ତେ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.