fbpx

ଭୟାବହ ଅଗ୍ନିକାଣ୍ଡରେ ଥରିଲା ମହାରାଷ୍ଟ୍ର ସହର, ପଡୋଶୀ ଦେଶ ପାକିସ୍ତାନରେ ବି ସମାନ ପରିସ୍ଥିତି

ଓଡିଶା ଭାସ୍କର: ମହାରାଷ୍ଟ୍ରରେ ଅବସ୍ଥିତ ଗୋରେଗାଓଁରେ ଥିବା ଏକ ବହୁ ମହଲା ବିଶିଷ୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ପ୍ରାୟ ଭୋ’ର ୩ଟା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଏହି ଦୁର୍ଘଟଣାରେ ପାଖାପାଖି ଭାରତ ମାତାର ୮ ଜଣ ସନ୍ତାନ ମୃତ୍ୟୁବରଣ କରିଥିବା ବେଳେ ୪୦ ଜଣ ଆହତ ରହିଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି କାରଣ ଏବେ ବି ଏଥିରେ ୪ରୁ ୫ ଜଣ ଗୁରୁତର ରହିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଭାରତ ଆଜି ଏକ ବଡ଼ କ୍ଷତି ସହିଥିବା ବେଳେ ପଡୋଶୀ ଦେଶ ପାକିସ୍ତାନରେ ବି ସମାନ ପରିସ୍ଥିତି ହୋଇଛି । କିଛି ସମୟ ପୂର୍ବରୁ, ପଡୋଶୀ ଦେଶ ପାକିସ୍ତାନରେ ଅତି ଭୟଙ୍କର ବିସ୍ଫୋରଣ ହୋଇଥିବା ଖବର ଆସି ପହଞ୍ଚିଛି ।

ମିଳିଥିବା ସୂଚନା ମୁତାବକ, ଡେରା ଗାଜିଖାନ ନିକଟରେ ଥିବା ଏକ ପରମାଣୁ ପ୍ଲାଣ୍ଟ ପାଖରେ ଏହି ବିସ୍ଫୋରଣ ହୋଇଛି । ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ଦେଶର ପାଖାପାଖି ୫୦ କିଲୋମିଟର ଯାଏଁ ଶୁଭିଥିବା କୁହାଯାଉଛି । ଏହି ବିସ୍ଫୋରଣରେ କେତେ ଜଣ ମୃତ୍ୟୁବରଣ କରିଛନ୍ତି ଓ କେତେଜଣ ଆହତ ହୋଇଛନ୍ତି ଏହାର ସ୍ପଷ୍ଟ ସୂଚନା ବର୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । ମାତ୍ର ଅଳ୍ପକେ ବର୍ତି ଯାଇଛି ପାକିସ୍ତାନ । କିନ୍ତୁ ଏଥିରେ ଅନେକ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି । ତେବେ ଆଜି ଗୋଟିଏ ଦିନରେ ଉଭୟ ଦୁଇ ପଡୋଶୀ ଦେଶ ଭାରତ-ପାକିସ୍ତାନ ଏଭଳି ଅଭାବନୀୟ ଦୁର୍ଘଟଣାରେ କ୍ଷତି ସହିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.