fbpx

ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିବା ଏହି ୧୧ ଜଣ ଶ୍ରମିକ କିଏ? ନୂଆ ସଂସଦ ଉଦଘାଟନରେ ମିଳିଲା ଉପହାର

ନୂଆଦିଲ୍ଲୀ: ରବିବାର ନୂଆ ସଂସଦର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସଂସଦ ଭବନର ନିର୍ମାଣ ଏବଂ ଏହାର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ୧୧ ଜଣ ଶ୍ରମିକଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ସଂସଦ ଉଦଘାଟନ ପୂର୍ବରୁ ଶ୍ରମିକମାନଙ୍କୁ ପାରମ୍ପରିକ ଶାଲ ଦେଇ ସମ୍ମାନିତ କରିବା ସହ ସେମାନଙ୍କୁ ସ୍ମୃତିର ପ୍ରତୀକ ମଧ୍ୟ ପ୍ରଦାନ କରିଛନ୍ତି । ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ୬୪,୫୦୦ ବର୍ଗ ମିଟରର ଏହି ବିଶାଳ ପରିସରକୁ ପ୍ରସ୍ତୁତ କରିଥିବା ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦୀ ।

Image

ତେବେ ରିପୋର୍ଟ ଅନୁସାରେ, ସଂସଦ ଭବନ ଉଦଘାଟନ ଉତ୍ସବରେ ମୋଦୀ ୧୧ ଜଣ ଶ୍ରମିକଙ୍କୁ ସମ୍ମାନିତ କରିଥିଲେ । ଏହି ଶ୍ରମିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପଶ୍ଚିମବଙ୍ଗର ସତ୍ୟରଞ୍ଜନ ଦାସ ।ସେ ଭବନର ନିର୍ମାଣ କାର୍ଯ୍ୟରେ ଲିପ୍ତ ଶ୍ରମିକମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥାରେ ରହିଥିଲେ । ଏହାବ୍ୟତୀତ ସୁପରଭାଇଜର ଏଜାଜ ଅହମଦ ଏବଂ ଶ୍ରମିକଙ୍କ ପାଇଁ ଚା’ ଇତ୍ୟାଦିର ବ୍ୟବସ୍ଥା କରିଥିବା ଉରଞ୍ଜନ ଦଲାଇଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ବଡୋଦରାରୁ ଦେବଲାଲ ସୁଖର ଏବଂ ବିହାର ଅନିଲ କୁମାର ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଅନ୍ୟ ଶ୍ରମିକଙ୍କ ମଧ୍ୟରେ ସଂସଦ ଭବନରେ ବାଉଁଶ ଏବଂ ଚଟାଣ ପ୍ରସ୍ତୁୂତ କରିଥିବା ସୁବ୍ରତ ସୂତ୍ରଧରଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ପିଏମ ମୋଦୀ । ମେସିନଗୁଡିକର ତଦାରଖ କରୁଥିବା ଝାଡଖଣ୍ଡର ମୁଜଫର ଖାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ଏହାବ୍ୟତୀତ ଗ୍ୟାସ ବିଲ୍ଡର ଭାବରେ କାର୍ଯ୍ୟ କରିଥିବା ଦିଲ୍ଲୀର ଧର୍ମେନ୍ଦ୍ର ଏବଂ ବାରାଣସୀର ଆନନ୍ଦ ବିଶ୍ୱକର୍ମା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।

ଉଦଘାଟନ ପରେ ଟ୍ୱିଟ କରି ମୋଦୀ କହିଛନ୍ତି ଯେ, ‘ଆଜି, ଆମେ ଯେଉଁ ନୂଆ ସଂସଦ ଉଦଘାଟନ କରୁଛନ୍ତି, ଏହାର ନିର୍ମାଣ କର୍ତ୍ତା ଶ୍ରମିକମାନଙ୍କୁ ସେମାନଙ୍କ ସମର୍ପଣ ଏବଂ ଶିଳ୍ପ କୌଶଳ ପାଇଁ ମଧ୍ୟ ସମ୍ମାନିତ କରିବାକୁ ଯାଉଛୁ ।’ ଏହାପରେ ମୋଦୀ ନିଜ ସମ୍ବୋଧନରେ କହିଥିଲେ ଯେ, ଏହି ବିଶାଳ ପରିସରର ନିର୍ମାଣ ପାଇଁ ପ୍ରାୟ ୬୦ ହଜାର ଶ୍ରମିକ ରୋଜଗାରର ପନ୍ଥା ପାଇଥିଲେ । ତେଣୁ ଶ୍ରମିକଙ୍କୁ ସଂସଦ ଭବନରେ ସମର୍ପିତ ହୋଇଥିବା ଏକ ଡିଜିଟାଲ ଗ୍ୟାଲେରୀ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.