ପ୍ରଥମେ ମହିଳା ନା ପୁରୁଷ, ଏହି ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ସାଂସଦ ଡିମ୍ପଲ ଯାଦବ

"ଭଗବାନ ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ପ୍ରଥମେ ସୃଷ୍ଟି କରିଛନ୍ତି। କାରଣ ଯେତେବେଳେ କେହି ପ୍ରଥମ ଥର ପାଇଁ କିଛି ସୃଷ୍ଟି କରନ୍ତି ସେତେବେଳେ କିଛି ଭୁଲ ହୋଇଥାଏ। ଦ୍ୱିତୀୟରେ ପରମେଶ୍ୱର ମହିଳାମାନଙ୍କୁ ସୃଷ୍ଟି କରିଥିବେ"।

ଲକ୍ଷ୍ନୌ: ପ୍ରଥମେ ମହିଳା ନା ପ୍ରଥମେ ପୁରୁଷ? ଏହି ପ୍ରଶ୍ନ ହୁଏତ ପ୍ରାୟ ସମସ୍ତଙ୍କ ମନରେ ଆସୁଥିବ। ହେଲେ ଏହାର ଉତ୍ତର ଆଜି ଯାଏଁ କେହି ବି ପାଇନାହାନ୍ତି। ହେଲେ ଏହି ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ମୈନପୁରୀର ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ।

ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହାର ଉତ୍ତର ଦେଇଥିଲେ। ଯାହା ଏବେ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି। ସେ କହିଥିଲେ ଯେ, ଯଦି ଆଲୋଚନା ହେବ ଯେ, ପୁରୁଷମାନେ ପ୍ରଥମେ ଆସିଲେ ନା ମହିଳା, ତେବେ ମୁଁ ବିଶ୍ୱାସ କରୁଛି ଯେ ଭଗବାନ ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ପ୍ରଥମେ ସୃଷ୍ଟି କରିଛନ୍ତି।

ପ୍ରଥମେ ପୁରୁଷ ନା ମହିଳା: ତେବେ ଲକ୍ଷ୍ନୌରେ ଏକ ମହିଳା ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ମହିଳା ସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଜୁହି ସିଂହ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ମୈନପୁରୀ ସାଂସଦ ଡିମ୍ପଲ ଯାଦବ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଉ ପ୍ରଥମେ ମହିଳା ନା ପୁରୁଷ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ, ଭଗବାନ ନିଶ୍ଚିତ ଭାବରେ ପ୍ରଥମେ ପୁରୁଷଙ୍କୁ ହିଁ ଜନ୍ମ କରିଥିବେ।

କାରଣ ଯେତେବେଳେ କେହି ପ୍ରଥମ ଥର ପାଇଁ କିଛି ସୃଷ୍ଟି କରନ୍ତି ସେତେବେଳେ କିଛି ଭୁଲ ହୋଇଥାଏ। ତେଣୁ ଭଗବାନ ପୁରୁଷଙ୍କୁ ଜନ୍ମ କରି ପ୍ରଥମ ଭୁଲ କରିଥିଲେ। ଏବଂ ପରେ ନାରୀଙ୍କୁ ଜନ୍ମ କରିଥିବେ।

ମହିଳାମାନଙ୍କ ଅସ୍ତିତ୍ତ୍ୱ: ତେବେ ଏହି ସମାରୋହରେ ଡିମ୍ପଲ ଭାଷଣ ଦେବା ସମୟରେ କହିଥିଲେ କି, “ମହିଳାମାନେ ଗୋଟିଏ ପରିବାରରେ ଜନ୍ମଗ୍ରହଣ କରନ୍ତି ଏବଂ ତା’ପରେ ଅନ୍ୟ ପରିବାରକୁ ଯାଇ ସେ ପରିବାରର ଯତ୍ନ ନିଅନ୍ତି।

ଯଦି ସେମାନେ ବୃତ୍ତିଗତ ଜୀବନରେ ପ୍ରବେଶ କରନ୍ତି, ତେବେ ସେମାନେ କେବଳ ନିଜ ପରିବାରର ଯତ୍ନ ନିଅନ୍ତି ନାହିଁ ବରଂ ନିଜ ସ୍ୱପ୍ନକୁ ସାକାର ମଧ୍ୟ କରନ୍ତି। ସମାଜରେ ମହିଳାଙ୍କ ପାଇଁ ସମାନତା ବିଷୟରେ ବହୁତ ଆଲୋଚନା ହେଉଛି, କିନ୍ତୁ ବାସ୍ତବରେ କୌଣସି ସମାନତା ନାହିଁ।