fbpx

(Video) କାହାକୁ ମିଳିଲା ବିଶ୍ୱକପର ପୁରସ୍କାର ରାଶି ? ଖେଳାଳିଙ୍କ ଭିତରେ କେମିତି ବଣ୍ଟାଯାଏ ଟଙ୍କା ? ଜାଣନ୍ତୁ କ’ଣ କହୁଛି ନିୟମ

Advertisement

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟ ଟିମ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିବା ପରେ ପୁଣି ଥରେ ଟି୨୦ ବିଶ୍ୱକପ୍ ଟ୍ରଫି ନିଜ ନାଁ ରେ କରିବାରେ ସଫଳ ରହିଲା । ଭାରତୀୟ ଟିମ ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ସାଉଥ ଆଫ୍ରିକାକୁ ୭ ରନରେ ହରାଇଲା । ଭାରତୀୟ ଟିମର ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ରହିଛି । ହେଲେ ପ୍ରଶ୍ନ ଏବେ ଏଇଟା କି, ବିଶ୍ୱକପରେ ଜିତିବା ପରେ ଭାରତୀୟ ଟିମକୁ ମିଳିଥିବା ପୁରସ୍କାର ରାଶି ଖେଳାଳିଙ୍କ ମଧ୍ୟରେ ଭାଗ ହେବ କି ନାହିଁ ।

ଏଥର ଟି-୨୦ ବିଶ୍ୱକପରେ ଭାରତୀୟ ଟିମ ଇତିହାସ ରଚିଛି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଗୋଟିଏ ବି ମ୍ୟାଚ୍ ହାରିନାହିଁ ଓ ଫାଇନାଲରେ ବି ଟ୍ରଫି ନିଜ ନାମରେ କଲା । ଫାଇନାଲ ମ୍ୟାଚରେ ଭାରତୀୟ ଟିମର ବ୍ୟାଟର ଓ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଆଇସିସି ଟି୨୦ ବିଶ୍ୱକପ ୨୦୨୪ର ପ୍ରାରମ୍ଭରୁ ପ୍ରାଇଜ ମନି ଘୋଷଣା କରିଦେଇଥିଲା । ଏଥର ଟି୨୦ ବିଶ୍ୱକପ ପାଇଁ ପ୍ରାୟ ୯୩ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା ହୋଇଥିଲା । ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମକୁ ଚମ୍ପିଆନ୍ ଭାବରେ ୨୦ କୋଟି ୩୬ ଲକ୍ଷ ଟଙ୍କା ମିଳିଛି । ସେହିପରି ଉପବିଜେତା ଟିମ ସାଉଥ ଆଫ୍ରିକାକୁ ୧୦ କୋଟି ୬୪ ଲକ୍ଷ ଟଙ୍କା ମିଳିଛି । ଏହାବ୍ୟତୀତ ସେମିଫାଇନାଲରେ ହାରିଥିବା ଟିମକୁ ବି ବଡ ପ୍ରାଇଜ ମନି ମିଳିଛି । ସେମାନଙ୍କୁ ୬ କୋଟି ୫୫ ଲକ୍ଷ ଲେଖାଏଁ ମିଳିଥିବା ଜଣାପଡିଛି । ସେହିପରି ସୁପର ୮ରେ ନିଜ ଯାତ୍ରା ସାରିଥିବା ଟିମଗୁଡିକୁ ୩ କୋଟି ୧୮ ଲକ୍ଷ ଦିଆଯାଇଛି । ସେପଟେ ଗ୍ରୁପ ଷ୍ଟଜରେ ୩ୟ ନମ୍ବରରେ ରହିଥିବା ଟିମକୁ ୨ କୋଟି ୬ ଲକ୍ଷ ଟଙ୍କା ମିଳିଛି । ସୁପର ୮ ଯାଏଁ ସବୁ ମ୍ୟାଚ ଜିତିଥିବାରୁ ଟିମକୁ ୨୫ ଲକ୍ଷ ୯୦ ହଜାର ଟଙ୍କା ମିଳିଛି ।

ରିପୋର୍ଟ ହିସାବରେ, କୌଣସି ବି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଖେଳାଳୀଙ୍କ ଭିତରେ ପୁରସ୍କାର ରାଶି ସମାନ ଭାବେ ବଣ୍ଟା ଯାଏ । ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିଥିବାରୁ ଭାରତୀୟ ଟିମକୁ ୨୦ କୋଟି ୩୬ ଲକ୍ଷ ଟଙ୍କା ମିଳିଛି । ଯାହାକୁ ସବୁ ଖେଳାଳିଙ୍କ ଭିତରେ ସମାନ ଭାବେ ବଣ୍ଟା ଯିବ । ହେଲେ ଏହାବାଦ ଏହି ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କେଳାଳିଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ରାଶି ପ୍ରଦାନ କରାଯାଏ । ମ୍ୟାଚ ବିଜୟରେ ଦମଦାର ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦ ମ୍ୟାଚ ଟ୍ରଫି ସହ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଏ । ଟି-୨୦ ବିଶ୍ୱକପ ଫାଇନାଲରେ ଦମଦାର ପାରି ଖେଳିଥିବାରୁ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.