fbpx

ତିର୍ତ୍ତୋଲର ୧୧ ଓ ବାଲେଶ୍ୱରର ୧୨ ରାଉଣ୍ଡ ଭୋଟଗଣତି ଶେଷ, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍?

ତିର୍ତ୍ତୋଲ,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ଜଗତସିଂପୁର ତିର୍ତ୍ତୋଲରେ ୧୧ ରାଉଣ୍ଡ ସୁଦ୍ଧା ବିଜେଡି ୧୭,୪୫୧ଭୋଟରେ ଆଗୁଆ ରହିଛି । ୧୧ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୮,୦୪୩ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୨୦,୫୯୨ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୯,୪୯୧ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ୧୨ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୬,୩୦୮ ଭୋଟରେ ଆଗୁଆ ରହିଛି । ୧୨ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୪୪,୫୧୦, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୩୮,୨୦୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୩୧୨୦ ଭୋଟ୍ ମିଳିଛି ।

Get real time updates directly on you device, subscribe now.