fbpx

ତିର୍ତ୍ତୋଲର ଓ ବାଲେଶ୍ୱରରେ ସରିଲା ୯ମ ରାଉଣ୍ଡ ଭୋଟଗଣତି, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍

ତିର୍ତ୍ତୋଲ,୧୦ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ନବମ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୧୪,୫୬୧ଭୋଟରେ ଆଗୁଆ ରହିଛି । ନବର୍ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୩୨,୦୭୫ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୭,୫୧୪ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୬,୮୩୫ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ମଧ୍ୟ ବିଜେଡି ଆଗୁଆ ରହିଛି । ନବମ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୪,୧୭୪ ଭୋଟରେ ଆଗୁଆ ରହିଛି । ନବମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୩,୬୭୬, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୯,୫୦୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୨୧୧୭ ଭୋଟ୍ ମିଳିଛି ।

Get real time updates directly on you device, subscribe now.