fbpx

ଭୁବନେଶ୍ୱରରୁ ମାସକରେ କୋଟିଏ ଚଳୁ: ଏହି ବଡ଼ଧରଣର ଠକେଇ ପାଇଁ ଦାୟୀ କିଏ?

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ିବାରେ ଲାଗିଛି ସାଇବର ଫ୍ରଡ୍ । ତେବେ ଗୋଟିଏ ମାସରେ କୋଟିଏ ଟଙ୍କାରୁ ଅଧିକ ଚଳୁ କରିନେଇଛନ୍ତି ସାଇବର ଠକ । କମିଶନରେଟ୍ ପୋଲିସର ସୂଚନା ମୁତାବକ, ଗତ ମାସରେ କେବଳ ଭୁବନେଶ୍ୱରରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କାର ସାଇବର ଫ୍ରଡ୍ ହୋଇଛି । ମାସକ ମଧ୍ୟରେ ଭୁବନେଶ୍ୱର ସାଇବର ଥାନାକୁ ୩୬୦ଟି ମାମଲା ଆସିଥିବା ବେଳେ କେବଳ ଭୁବନେଶ୍ୱରରୁ ୩୩୧ଟି ଅଭିଯୋଗ ଆସିଥିଲା । ଗତ ୨୦୨୧ ଜାନୁଆରୀରେ ୫୨ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢ଼େଇ ଗୁଣା ବୃଦ୍ଧି ପାଇଛି । ତେବେ ଏହାକୁ ରୋକିବା ପାଇଁ ରାଜ୍ୟର ୧୪ଟି ସହରରେ ସାଇବର ଥାନା ଖୋଲା ଯାଇଥିଲେ ହେଁ କୌଣସି ସୁଫଳ ମିଳୁନାହିଁ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଠକେଇ ପଛର ପ୍ରକୃତ କାରଣ କ’ଣ? ଏହି ଅପରାଧ ଯଦି ଆଗକୁ ବଢ଼ିଚାଲେ, ତେବେ ଜନସାଧାରଣଙ୍କର ଧନଜୀବନ ସୁରକ୍ଷିତ ରହିବ ତ? ତେବେ ଅଯଥାରେ ପୋଲିସକୁ, ପ୍ରଶାସନକୁ, ରାଜ୍ୟ ସରକାରକୁ ଦୋଷ ଦେଇ କିଛି ଲାଭ ନାହିଁ । ଏହି ଠକାମି ପାଇଁ ଲୋକମାନେ ନିଜେ ହିଁ ଦାୟୀ । ଦିନକୁ ଦିନ ସୋସିଆଲ ମିଡ଼ିଆ ବଢ଼ି ଚାଲିଥିବା ବେଳେ ଜନସାଧାରଣ ସେଇ ପୁରୁଣା ଷ୍ଟାଇଲରେ ବୋକାଙ୍କ ପରି ରହି ଯାଉଛନ୍ତି । ଯେତେବେଳେ ଜଣଙ୍କ ପାଖରୁ ୨ ଲକ୍ଷ, ୫ ଲକ୍ଷ ୧୫ ଲକ୍ଷ ଟଙ୍କାର ଠକେଇ ହୁଏ, ସେ ଯୁବକ ବା ଯୁବତୀ ଜଣଙ୍କ କେବେ ବି ଜଣେ ଗରିବ କେବେ ବି ହୋଇନଥିବେ । ଯଦି ବା ଜଣେ ଗରିବ ହୋଇଥିବ, ସେ ଏତେ ଅଶିକ୍ଷିତ ହୋଇନଥିବ । ଯଦି ଅଶିକ୍ଷିତ, ତେବେ ମୋବାଇଲ ଧରିବା ଛାଡ଼ିଦିଅନ୍ତୁ । ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି, ଶିକ୍ଷିତ ଲୋକମାନେ ହିଁ ବେଶି ଠକାମିର ଶିକାର ହେଉଛନ୍ତି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବର୍ଦ୍ଧିତ ଡିଜିଟାଲୀକରଣକୁ ଦୃଷ୍ଟି ରଖି ନୂଆ ନୂଆ ପଦକ୍ଷେପ ନେବା ଜରୁରୀ । ଏଥିସହ ଲୋକମାନେ ନିଜର ମୁର୍ଖତାକୁ ସ୍ୱୀକାର କରିବା ସହ ସତର୍କ ହେବା ଦରକାର । ନଚେତ୍ ଆମେ ଘରେ ଶୋଇ ଶୋଇ ଓଟିପି ଦେଇ ଚାଲିଥିବା, ଚୋର କଳାକଳା ବୁଲାଇ ଚାଲିଥିବ ।

Get real time updates directly on you device, subscribe now.